Pratidin TV

Odisha's Digital News Platform

‘ଲାପତା ଜେଣ୍ଟଲମ୍ୟାନ୍‌ ଓ୍ୱାପସ୍‌ ଆ ଗୟେ’ :  ସିଇସି ରାଜୀବ କୁମାର

1 min read

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମିମ୍ସ    ‘ଲାପତା ଜେଣ୍ଟଲମ୍ୟାନ’ର ଉତ୍ତର ରଖିଲେ ନିର୍ବାଚନ କମିଶନର ରାଜୀବ କୁମାର ।’  ସେ କହିଛନ୍ତି ‘ଫେରି ଆସିଲେ ନିଖୋଜ ଜେଣ୍ଟଲ୍‌ମ୍ୟାନ୍‌ ବା ଭଦ୍ର ଲୋକ। ଆମେ କେବେ ନିଖୋଜ ନଥିଲୁ।’ କିଛିଦିନ ପୂର୍ବରୁ ସୋଶାଲ ମିଡିଆରେ ନିର୍ବାଚନ କମିଶନରଙ୍କୁ ଟାର୍ଗେଟ୍‌ କରି ‘ନିଖୋଜ ଜେଣ୍ଟଲ୍‌ମ୍ୟାନ୍‌’ର ଏକ ମିମ୍ସ ଭାଇରାଲ ହେଉଥିଲା।

ଯାହାର ଜବାବ ଆଜି ଲୋକସଭା ନିର୍ବାଚନର ଭୋଟ୍‌ ଗଣତି ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି  ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଦେଇଛନ୍ତି । ସେ କହିଛନ୍ତି ବର୍ତ୍ତମାନ  ‘ଲାପତା ଜେଣ୍ଟଲମ୍ୟାନ୍‌ ଓ୍ୱାପସ୍‌ ଆ ଗୟେ’ ମିମ୍ସ ଦେଖିବାକୁ ମିଳିବ। ହେଲେ ଆମେ କବେ ନିଖୋଜ ନଥିଲୁ ଏଇଠି ଥିଲୁ । ହେଲେ ସୋସିଆଲ ମିଡିଆରେ   ଆମକୁ ନିଖୋଜ ଜେଣ୍ଟଲମ୍ୟାନ୍‌ ବୋଲି କୁହାଯାଇଥିଲା। ଆମେ ଆମର ପ୍ରେସ୍ ନୋଟ୍ ମାଧ୍ୟମରେ ଯୋଗାଯୋଗ କରିବାକୁ ପସନ୍ଦ କରୁ। ନିର୍ବାଚନ ସମୟରେ ଆମେ ୧୦୦ରୁ ଅଧିକ ପ୍ରେସ୍ ନୋଟ୍ ମଧ୍ୟ  ଦେଇଥିଲୁ ବୋଲି ସିଇସି କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *