Pratidin TV

Odisha's Digital News Platform

ଅପରାଜିତା, ପ୍ରଦୀପ ପାଣିଗ୍ରାହୀ ଓ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ ..

1 min read

ରାଜ୍ୟରେ ଜାରି ରହିଛି ଭୋଟ ଗଣତି । କାହାକୁ ଭରସା କରିଛନ୍ତି ଜନତା ? ବିଜେଡି, ବିଜେପି ନା କଂଗ୍ରେସ । ରାଜ୍ୟରେ ନୂଆ ସରକାର ଗଠନ ହେବ ନା ପୁରୁଣା ଦଳକୁ ଭରସା କରିଛନ୍ତି ଜନତା ? କିଏ କରିଛି ୨୪ ନିର୍ବାଚନରେ ବାଜିମାତ, ତାହା ସ୍ପଷ୍ଟ ହେବ । ତେବେ ଏହାରି ମଧ୍ୟରେ ବ୍ରହ୍ମପୁର ଲୋକ ସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆଗରେ ଅଛନ୍ତି। ପ୍ରଦୀପ ପାଣିଗ୍ରାହୀ ୯୫୪୨୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ୬୬ ୧୯୬ ଖଣ୍ଡ ଭୋଟ୍ ପାଇଛନ୍ତି। ତେବେ ପ୍ରଦୀପ ଭୃଗୁଙ୍କଠାରୁ ୨୯ ୨୨୮ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି। ସେହିପରି ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଆଗୁଆ ଅଛନ୍ତି।

ତାଙ୍କର ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସହ କଡ଼ା ଟକ୍କର ହେଉଛି। ଅପରାଜିତା ୧୨୭୫୦୧ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରୟ ୧୧୮୭୨୦ ଭୋଟ ପାଇଛନ୍ତି । ତେବେ ଅପରାଜିତା ମନ୍ମଥ ଙ୍କ ଠାରୁ ୮୭୮୧ ଭୋଟ୍ ରେ ଆଗରେ ରହିଛନ୍ତି । ସେହିପରି ସମ୍ବଲପୁର ଲୋକସଭା ଆସନରେ ରୋଚକ ହେଉଛି ଲଢ଼େଇ। ଏଠାରେ ବିଜେପି ଓ ବିଜେଡି ତରଫରୁ ଦୁଇ ହେଭିୱେଟ ମଇଦାନରେ ଥିବା ବେଳେ ସେମାନଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର। ତେବେ ଏହି ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ ଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ବିଜେଡ଼ି ପ୍ରାର୍ଥୀ ବବି ଦାସ । ଧର୍ମେନ୍ଦ୍ର ପ୍ରଧାନ ୧୬୭୦୩୯ ଖଣ୍ଡ ଭୋଟ ପାଇଥିବା ବେଳେ , ବିଜେଡି ପ୍ରାର୍ଥୀ ୧୩୩୨୩୧ ଖଣ୍ଡ ଭୋଟ ପାଇଛନ୍ତି । ତେବେ ଧର୍ମେନ୍ଦ୍ର ପ୍ରଧାନ ୩୩୮୦୮ ଭୋଟରେ ଆଗରେ ରହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *