Pratidin TV

Odisha's Digital News Platform

ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ, ଜାଣନ୍ତୁ କେଉଁ ଦଳକୁ ମିଳିଲା କେତେ ସିଟ?

1 min read

ରାଜ୍ୟରେ ଜାରି ରହିଛି ଭୋଟିଂ ଗଣତି | ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭା ଓ ରାଜ୍ୟସଭାରେ ଭୋଟ ଗଣତି ଚାଲିଛି | ସଂନ୍ଧ୍ୟା ୪ଟା ସୁଦ୍ଧା ତେବେ ବେସରକାରୀ ଭାବରେ ରାଜ୍ୟରେ ଅନେକ ବିଧାନସଭା ଆସନର ଫଳାଫଳ ସମାନକୁ ଆସିଛି |

ମିଳିଥିବା ସୂଚନା ଅନୁସାରେ, ବରୀରୁ ବିଜେଡି ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକଙ୍କ ବିଜୟ ହୋଇଛି । ସେହିପରି ବାଙ୍କୀରୁ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ, ଦଶପଲ୍ଲାରୁ ରମେଶ ଚନ୍ଦ୍ର ବେହେରା, ଭୁବନେଶ୍ବର ମଧ୍ୟ ଆସନରୁ ଅନନ୍ତ ନାରାୟଣ ଜେନା, ବସ୍ତାରୁ ସୁଭାଷିନୀ ଜେନା, ବିଞ୍ଝାରପୁର ପ୍ରମିଳା ମଲ୍ଲିକ, ଆଠମଲ୍ଲିକ ନଳିନୀକାନ୍ତ ପ୍ରଧାନ ଏବଂ ଆଳିରୁ ପ୍ରତାପ କେଶରୀ ଦେବ ପାଟକୁରାରୁ ଅରବିନ୍ଦ ମହାପାତ୍ର, ଡାବୁଗାଁର ମନୋହର ରନ୍ଧାରୀ, କେନ୍ଦ୍ରାପଡ଼ାର ପ୍ରାର୍ଥୀ ଗଣେଶ୍ବର ବେହେରା, ଆନନ୍ଦପୁରର ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ବିଜୟୀ ହୋଇଛନ୍ତି ।

Advertisement

ସେହିପରି ଭାବରେ ବିଜେପିରେ ବ୍ରଜରାଜନଗରରୁ ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ, ଝାରସୁଗୁଡ଼ାରୁ ଟଙ୍କଧର ତ୍ରିପାଠୀ, ରଘୁନାଥପାଲ୍ଲୀରୁ ଦୁର୍ଗାଚରଣ ସେଠୀ, କୁଚିଣ୍ଡା ରବି ନାରାୟଣ ନାଏକ, ରଣପୁରରୁ ସୁରମା ପାଢ଼ୀ, ଖଣ୍ଡପଡ଼ାରୁ ଦୁଷ୍ମନ୍ତ ସ୍ବାଇଁ ଏବଂ ମାଲକାନଗିରିରୁ ନରସିଂହ ମାଡକାମୀ, ଖୋର୍ଦ୍ଧାରୁ ପ୍ରତାପ ଜଗଦ୍ଦେବ, ବଡଚଣାରୁ ଅମର ନାୟକ ଫୁଲବାଣୀରୁ ଉମାଚରଣ ମଲ୍ଲିକ, ଟିଟିଲାଗଡ଼ରୁ ନବୀନ ଜୈନ, ବୌଦ୍ଧର ପ୍ରାର୍ଥୀ ସରୋଜ ପ୍ରଧାନ, କଣ୍ଟାମାଳର କହ୍ନେଇ ଚରଣ ଡାଙ୍ଗ, ଧର୍ମଗଡ଼ର ସୁଧିର ପାଟ୍ଟଯୋଶୀ, ଚିଲିକାର ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ, ବରଗଡ଼ର ଅଶ୍ବିନୀ ଷଡ଼ଙ୍ଗୀ ବିଜୟ ହୋଇଛନ୍ତି ।

ସେହିପରି କଂଗ୍ରେସର ବିଧାୟକ ପ୍ରାର୍ଥୀ ମଙ୍ଗୁ ଖିଲା ଚିତ୍ରକୋଣ୍ଡା ଆସନରେ ବିଜୟୀ ହୋଇଛନ୍ତି ।

ତେବେ ନିର୍ବାଚନ ଫଳାଫଳ ଘୋଷଣା କରି ନାହାନ୍ତି ନିର୍ବାଚନ କମିଶନ। କିନ୍ତୁ ବେସରକାରୀ ଭାବେ ରାଜ୍ୟର ଅନେକ ବିଧାନସଭା ଆସନର ଫଳାଫଳ ଦେଖିବାକୁ ମିଳୁଛି | ତେବେ ନିର୍ବାଚନ ଫଳାଫଳ ଆସିଲେ ନିର୍ବାଚନ କମିଶନ କରିବେ ଏହାର ସ୍ପଷ୍ଟତା |

Leave a Reply

Your email address will not be published. Required fields are marked *