Pratidin TV

Odisha's Digital News Platform

ମେଧାବୀ ଛାତ୍ରୀ ତନୁ ସୋନୀ ପାଇବେ ସ୍ୱର୍ଣ୍ଣ ପଦକ

1 min read

କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଜୀବନ ରେ ଯେଉଁ ସଫଳତା ଆସିଥାଏ ବୋଳି କଥା ରହିଛି ତାହାକୁ ଆଜି ଅକ୍ଷରେ ଅକ୍ଷରେ ସତରେ ପୁଣିଥରେ ପ୍ରମାଣ କରି ଦେଖାଇଛନ୍ତି ସମ୍ବଲପୁର ସହରର ମେଧାବୀ ଛାତ୍ରୀ ତନୁ ସୋନୀ l ସମ୍ବଲପୁର ସହରର ଶାନ୍ତି ନଗର ନିବାସୀ ତଥା ମେଧାବି ଛାତ୍ରୀ ତନୁ ସୋନୀ ଏବେ ନିଜ ପାଠପଢା କ୍ଷେତ୍ରରେ ବଡ଼ ସଫଳତା ପାଇବା ପରେ ଏବେ ସ୍ୱର୍ଣ୍ଣ ପଦକ ପାଇବାକୁ ବିବେଚିତ ହୋଇଛନ୍ତି l

ସମ୍ବଲପୁର ସହରର ଶାନ୍ତି ନଗର ନିବାସୀ ନନ୍ଦକିଶୋର ସୋନି ଓ ଶୋଭା ସୋନୀ ଙ୍କ ଏକମାତ୍ର ଝିଅ ତନୁ ସୋନି ସ୍ୱର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଲହରୀ ଖେଳିବା ସହ ସମସ୍ତେ ମେଧାବୀ ଛାତ୍ରୀ ତନୁଙ୍କୁ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଛନ୍ତି l ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ମେଧାବୀ ଛାତ୍ରୀ ତନୁ ବିନା କୌଣସି କୋଚିଙ୍ଗ ନକରି କେବଳ ଘରେ ପାଠ ପଢି ଏହି ସଫଳତା ପାଇ ପାରିଛନ୍ତି l

Advertisement

ସୁଚନା ଅନୁସାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧିନରେ ଆସୁଥିବା ବଦ୍ରିପ୍ରସାଦ କଲେଜ ଅଫ୍ କମ୍ପୁଟର ଟେକ୍ନୋଲୋଜି ରେ ମେଧାବୀ ଛାତ୍ରୀ ତନୁ ସୋନି ବିସିଏ (ବ୍ୟାଚଲର ଅଫ କମ୍ପ୍ୟୁଟର ଆପ୍ଲିକେସନ) ରେ ପାଠ ପଢୁଥିଲେ l ତେବେ ପ୍ରତିଦିନ ଦୈନିକ 3 ରୁ 4 ଘଣ୍ଟା ପାଠ ପଢୁଥିବା ମେଧାବୀ ଛାତ୍ରୀ ତନୁ ସୋନି 2021 ରୁ 2024 ବର୍ଷରେ ବିସିଏ ପାଠ ପଡୁଥିବା ବେଳେ ସେହି ପାଠ୍ୟକ୍ରମରେ 6 ଗୋଟି ସେମିଷ୍ଟାର ରେ ଟପ୍ ଟେନରେ ରହୁଥିଲେ l ତେବେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅଧିନରେ ଥିବା ବିଭିନ୍ନ କଲେଜରୁ କେବଳ ଏକ ମାତ୍ର ଛାତ୍ରୀ ଭାବରେ ତନୁ ସ୍ୱର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହେବା ପରେ ଆଗାମୀ ଦିନରେ ହେବାକୁ ଥିବା ସମ୍ବଲପୁର ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ସମାରୋହ ରେ ତନୁଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ ବୋଳି ସୁଚନା ମିଳିଛି l

Leave a Reply

Your email address will not be published. Required fields are marked *