Pratidin TV

Odisha's Digital News Platform

ଓଡିଶାରେ ବିଜେପି ର ବିପୁଳ ବିଜୟ ପରେ , ଧନ୍ୟବାଦ ଜଣାଇଲେ ମୋଦି ..

1 min read

ଚାଲିଛି ଭୋଟ ଗଣତି । ବଦଳିଯାଇଛି ରାଜନୈତିକ ସମୀକରଣ । ରାଜ୍ୟର ୧୪୭ଟି ବିଧାନସଭା ଆସନରେ କିଏ ବାଜିମାତ୍ କରିବ ତାହାକୁ ନେଇ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ଥିଲା । ସାରା ଓଡିଶା ବାସୀଙ୍କ ଆଶା କରିଥିଲେ ପୁଣିଥରେ ନବୀନ ସରକାର ଗଢିବେ । ହେଲେ ନିର୍ବାଚନର ଫଳାଫଳ ସତେ ଯେମିତି ସବୁକିଛି ବଦଳାଇ ଯାଇଛି । ତେବେ ବର୍ତ୍ତମାନର ରିପୋର୍ଟ ମୁତାବକ, ହିଞ୍ଜିଳରେ ବିଧାନସଭା ଆସନରେ ବହୁମତରେ ବିଜୟ ହାସଲ କରିଲେ ନବୀନ ପଟ୍ଟନାୟକ ।

ହେଲେ ଏହାରି ମଧ୍ୟରେ ଓଡ଼ିଶାରେ ବିଜେପିର ବିପୁଳ ବିଜୟ ପରେ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି ଓଡ଼ିଶା । ଉତ୍ତମ ଶାସନ ଏବଂ ଓଡିଶାର ଅନନ୍ୟ ସଂସ୍କୃତିକୁ ପାଳନ କରିବା ପାଇଁ ଏହା ଏକ ପୁନର୍ବାର ବିଜୟ। ଲୋକଙ୍କ ସ୍ୱପ୍ନକୁ ପୂରଣ କରିବା ଏବଂ ଓଡିଶାକୁ ପ୍ରଗତିର ନୂତନ ଉଚ୍ଚତାକୁ ନେବାରେ ବିଜେପି କୌଣସି ହେଳା କରିବ ନାହିଁ।ଆମର ସମସ୍ତ ପରିଶ୍ରମୀ ଦଳର କାର୍ଯ୍ୟକର୍ତ୍ତାଙ୍କ ଉଦ୍ୟମ ପାଇଁ ମୁଁ ଅତ୍ୟଧିକ ଗର୍ବିତ।

Leave a Reply

Your email address will not be published. Required fields are marked *