Pratidin TV

Odisha's Digital News Platform

ଦୀର୍ଘ ୧୦ ବର୍ଷ ପରେ ରାଜସ୍ଥାନ ଓ ଗୁଜରାଟରେ ଖାତା ଖୋଲିଲା କଂଗ୍ରେସ

ଦୀର୍ଘ ୧0 ବର୍ଷ ପରେ ରାଜସ୍ଥାନ ଓ ଗୁଜରାଟରେ ଖାତା ଖୋଲିଲା କଂଗ୍ରେସ | କଂଗ୍ରେସର ଗେନିବେନ ଠାକୋର ଗୁଜରାଟର ବନାସକାଣ୍ଠା‌ରେ ଜିତିଛନ୍ତି। ବିଜେପିର ରେଖା ଚୌଧାରୀଙ୍କୁ ସେ ହରାଇଛନ୍ତି। କଂଗ୍ରେସ ମାତ୍ର ଗୋଟିଏ ଆସନରେ ଜିତି ଗୁଜରାଟରେ ଖାତା ଖୋଲିପାରିଛି। ରାଜସ୍ଥାନରେ ମଧ୍ୟ କଂଗ୍ରେସ ଦଶନ୍ଧି ପରେ ଖାତା ଖୋଲିବାରେ ସକ୍ଷମ ହୋଇଛି। ୨୦୧୪ ଏବଂ ୨୦୧୯ରେ କଂଗ୍ରେସ ରାଜସ୍ଥାନରେ କୌଣସି ଗୋଟିଏ ହେଲେ ଆସନରେ ଜିତିନଥିଲା। କିନ୍ତୁ ଚଳିତ ଥର କଂଗ୍ରେସ ରାଜସ୍ଥାନରେ ୮ଟି ଆସନରେ ଜିତିଛି।

ତେବେ ସୂଚନା ଅନୁଯାୟୀ, ବିଜେପି ଲଗାତାର ତୃତୀୟ ଥର ପାଇଁ ଗୁଜରାଟର ସମସ୍ତ ୨୬ ଆସନରେ ଜିତି ହାଟ୍ରିକ୍‌ କରିବ ବୋଲି ଲକ୍ଷ୍ୟ ରଖିଥିଲା। କିନ୍ତୁ କଂଗ୍ରେସ ବିଜେପିର ଏହି ଲକ୍ଷ୍ୟକୁ ଧୂଳିସାତ୍‌ କରିଦେଇଛି | ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଗୁଜରାଟରେ କୌଣସି ଗୋଟିଏ ଆସନରେ ଜିତି ପାରିନଥିଲା। କିନ୍ତୁ ଚଳିତ ବର୍ଷ ମାତ୍ର ଗୋଟିଏ ଆସନରେ ଜିତି ଗୁଜରାଟରେ ଖାତା ଖୋଲିପାରିଛି।

ଅନ୍ୟପଟେ ୦୧୪ ଏବଂ ୨୦୧୯ରେ କଂଗ୍ରେସ ରାଜସ୍ଥାନରେ କୌଣସି ଗୋଟିଏ ହେଲେ ଆସନରେ ଜିତିନଥିଲା। କିନ୍ତୁ ଚଳିତ ଥର କଂଗ୍ରେସ ରାଜସ୍ଥାନରେ ୮ଟି ଆସନରେ ଜିତିଛି।

Leave a Reply

Your email address will not be published. Required fields are marked *