Pratidin TV

Odisha's Digital News Platform

ଦୀର୍ଘ ୨୪ ବର୍ଷ ଶାସନ ପରେ ଆଜି ଇସ୍ତଫା ଦେବାକୁ ରାଜଭବନ ଯିବେ ନବୀନ ପଟ୍ଟନାୟକ

1 min read

ଦଳ ପରାସ୍ତ ହୋଇଛି। ଦୀର୍ଘ ୨୪ ବର୍ଷ ପରେ ସରକାର ବଦଳିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ରହିଛି। ଜୁନ୍ ୪ ତାରିଖରେ ଏକ୍ସପାରୀ ହୋଇଛି ବିଜେଡି ସରକାର। ଆଉ ରାଜ୍ୟରେ ଶାସନ କରିବନି ଶଙ୍ଖ | ଓଡ଼ିଶା ଲୋକସଭା ଆସନରେ ଖାତା ଖୋଲିପାରିଲାନି ବିଜେଡି। ପ୍ରାୟ ସବୁ ପୋଛିନେଲା ବିଜେପି। ଚଳିତ ବିଧାନସଭା ନିର୍ବାଚନରେ ବିଜେଡି ସରକାରର ପତ୍ତନ ହୋଇଛି। ତେବେ ଇସ୍ତଫା ଦେବାକୁ ଆଜି ରାଜଭବନ ଯିବେ ନବୀନ |

ସୂଚନା ଅନୁସାରେ, ଆଜି ଦିନ ସାଢ଼େ ୧୧ଟାରେ ଇସ୍ତଫା ଦେବାକୁ ରାଜଭବନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଢ଼େ ୧୧ଟାରେ ନବୀନ ନିବାସରୁ ବାହାରିବେ ଓ ୧୧ଟା ୩୫ରେ ରାଜଭବନରେ ପହଞ୍ଚିବେ ନବୀନ। ୧୧ଟା ୩୫ରୁ ୧୧ଟା ୪୫ ପର୍ଯ୍ୟନ୍ତ ସେ ରାଜଭନବରେ ରହିବେ। ନବୀନ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେଇ ସେ ନବୀନ ନିବାସ ଫେରିଯିବେ।

Advertisement

ନିର୍ବାଚନ ଭୋଟିଂ ବିଷୟରେ କହିବକୁ ଗଲେ, ଦୁଇଟି ଆସନରୁ ଲଢ଼ିଥିବା ନବୀନ ଗୋଟିଏ ଆସନରେ ପରାସ୍ତ ହୋଇଛନ୍ତି। କଣ୍ଟାବାଞ୍ଜି ଆସନରୁ ନବୀନ ୧୬ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିବା ବେଳେ ହିଞ୍ଜିଳି ଆସନରୁ ମାତ୍ର ୪ହଜାରରୁ ଅଧିକ ଭୋଟରେ ବିଜୟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *