Pratidin TV

Odisha's Digital News Platform

କେନ୍ଦ୍ର କ୍ୟାବିନେଟର ସୁପାରିଶ ରେ ଲୋକ ସଭା ଭଙ୍ଗକଲେ ରାଷ୍ଟ୍ରପତି..

1 min read

ପୁଣିଥରେ ସରକାର ଗଢିବାକୁ ପ୍ରସ୍ତୁତ ହେଉଛି ବିଜେପି । ଲୋକସଭା ଭଙ୍ଗ କରିବା ପାଇଁ କେନ୍ଦ୍ର କ୍ୟାବିନେଟର ସୁପାରିଶ । ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସପ୍ତଦଶ ଲୋକ ସଭା ଭଙ୍ଗ କରିଛନ୍ତି। ନୂଆ ସରକାର ଗଠନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ତଫା ଦେଇଥିଲେ। ଏହି ଲୋକସଭା କାର୍ଯ୍ୟକାଳରେ ଅନେକ ଐତିହାସିକ ବିଲ୍ ଆଗତ ହୋଇ ଆଇନରେ ପରିଣତ ହୋଇଥିଲା । ସେପଟେ ଲୋକସଭା ନିର୍ବାଚନରେ ବହୁମତ ହାସଲ କରିବା ପରେ ଦିଲ୍ଲୀରେ ଚାଲିଥିବା ଏନଡିଏର ବୈଠକ ଶେଷ ହୋଇଛି । ଏହି ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା ।

ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଉପସ୍ଥତି ରହିଥିଲେ। ବୈଠକରେ ମୋଦି ସରକାର ୩.୦ ପାଇଁ ଆଲୋଚନା ହୋଇଥିଲା। ଏନ୍‌ଡିଏ ସରକାର ଗଠନ ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁ ଭାଜପାକୁ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଏନ୍‌ଡିଏର ସହଯୋଗୀ ଦଳ ମନୋନୀତ କରିଥିଲେ। ଏଥିସହ ସେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୮ରେ ଶପଥ ନେବେ ବୋଲି ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *