Pratidin TV

Odisha's Digital News Platform

ଗିରଫ୍ ହେଲା ଡିଜିଙ୍କ ହତ୍ୟାକାରୀ ‘ୟାସିର୍ ଅହମ୍ମଦ ’

1 min read

ନୂଆଦିଲ୍ଲୀ : ଗିରଫ୍ ହେଲା ନିର୍ମମ ହତ୍ୟାକାରୀ ୟାସିର ଅହମ୍ମଦ । ଜାମ୍ମୁକାଶ୍ମୀର ପୋଲିସ ଜେଲ ଡିଜି ହେମନ୍ତ ଲୋହିଆଙ୍କୁ ଗତକାଲି ନିର୍ମମଭାବେ ହତ୍ୟା କରିଥିଲା ଅଭିଯୁକ୍ତ ୟାସିର । ତାକୁ ଜମ୍ମୁର କାନାଚାକା ଅଞ୍ଚଳରୁ ଆଜି ଦିନ ୧୨ଟା ସମୟରେ ଗିରଫ୍ କରିଛି ଟିମ୍ ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଜମ୍ମୁ କଶ୍ମୀର ଜେଲ୍ ଡିଜି ହେମନ୍ତ ଲୋହିଆଙ୍କୁ ତାଙ୍କ ଘରେ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରାଯାଇଥିଲା । ଏହି ମାମଲାରେ ପ୍ରାଥମିକ ତଦନ୍ତରୁ ତାଙ୍କ ଘରେ କାମ କରୁଥିବା ରାମବନର ବାସିନ୍ଦା ୟାସିରଙ୍କୁ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଇଛି। ସେ ଗତ ୬ ମାସ ଧରି ଡିଜିଙ୍କ ଘରେ କାମ କରୁଥିଲା। ତେବେ ଡିଜିଙ୍କ ହତ୍ୟା ପରେ ସେ ଘରୁ କୁଆଡେ ଫେରାର୍ ହୋଇଯାଇଥିଲା । ଘଟଣାସ୍ଥଳରୁ ପୋଲିସ ଛାନଭିନ ପରେ ୟାସିରର ଏକ ହାତଲେଖା ଡାଏରୀ ଜବତ କରିଥିଲା । ଯେଉଁଥିରେ ୟାସିର ଡିପ୍ରେସନରେ ରହୁଥିବା କଥା ଜଣାପଡିଥିଲା । ଏହାପରେ ପୋଲିସ ଘରର ସିସିଟିଭି ଫୁଟେଜ୍ ଚେକ୍ କରିବା ପରେ ସମ୍ପୂଣ୍ଣ ଘଟଣାଟି ସାମ୍ନାକୁ ଆସିଥିଲା ।

Advertisement

ଯେଉଁଥିରେ ଜେଲ ଡିଜି ହେମନ୍ତ ଲୋହିଆ ସୋମବାର ରାତ୍ରି ଭୋଜନ ସାରିବା ପରେ ତାଙ୍କ ଗୋଡରେ ଏକ କ୍ଷତ ହୋଇଥିବାରୁ ସେଥିରେ ମଲମ ଲଗାଇଦେବାକୁ ଚାକର ୟାସିରକୁ କହିଥିଲେ । ୟାସିର ମଲମ ଲଗାଇବା ପରେ ତାଙ୍କୁ ଅଚାନକ ଆକ୍ରମଣ କରିଥିଲା। ଏକ ସସ୍ ବୋତଲ କାଚରେ ତାଙ୍କ ଗଳାକାଟିବା ସହ ତକିଆରେ ନିଆଁ ଲଗାଇ ତାଙ୍କୁ ପୋଡି ମାରିଦେବାକୁ ମଧ୍ୟ ଚେଷ୍ଟା କରିଥିଲା।

ରୁମରୁ ଧୁଆଁ ବାହାରୁଥିବା ଦେଖି ବାହାରେ ଥିବା ଗାର୍ଡ କବାଟ ବାଡେଇଥିଲେ । ହେଲେ କବାଟ ଭିତରପଟୁ ବନ୍ଦ ଥିବାରୁ ସହଜରେ ଖୋଲିନଥିଲା। କବାଟ ଭାଙ୍ଗି ରୁମରେ ପଶିବା ବେଳକୁ ଅତ୍ୟଧିକ ରକ୍ତସ୍ରାବ ସହ ନିଆଁରେ ପୋଡି ଜେଲ୍ ଡିଜିଙ୍କ ମୃତ୍ୟୁ ହୋଇସାରିଥିଲା।

ଏସବୁ ପ୍ରମାଣ ପୋଲିସ ହାତରେ ଲାଗିବା ପରେ ଅଭିଯୁକ୍ତ ୟାସିରକୁ ଗିରଫ୍ କରିବା ପାଇଁ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଥିଲା । ଶେଷରେ ଆଜି ତାକୁ କାନଚାକ୍ ଅଞ୍ଚଳରୁ ଗିରଫ୍ କରିଥିଲା ପୋଲିସ ।

Leave a Reply

Your email address will not be published. Required fields are marked *