Pratidin TV

Odisha's Digital News Platform

ରାଜନୀତିରୁ ସନ୍ୟାସ ନେଲେକି ପାଣ୍ଡିଆନ ? ଇନ୍‌ଷ୍ଟାଗ୍ରାମରୁ ହଟାଇଲେ ବିଜେଡ଼ି ..

1 min read

ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେବା କଥା ଆଲୋଚନା ହେଉଥିବା ବେଳେ ସୋସିଆଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମରୁ କାର୍ତ୍ତିକ ପାଣ୍ଡିଆନ ବିଜେଡି ହଟାଇ ଦେଇଛନ୍ତି। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି। ସେ ତାଙ୍କ ପ୍ରୋଫାଇଲରେ ବିଜେଡିର ସଦସ୍ୟ ଲେଖିଥିବା ବେଳେ ଏହାକୁ ପରିବର୍ତ୍ତନ କରି ‘ନବୀନ ପଟ୍ଟନାୟକଙ୍କ ସହ କାମ କରିବା ଏକ ଆଶୀର୍ବାଦ’ ବୋଲି ଲେଖିଛନ୍ତି। ଏହାସହିତ ‘ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ’ ସରକାରୀ ଓ୍ବେବ୍‌ସାଇଟ୍‌କୁ ପ୍ରୋଫାଇଲରେ ରଖିଛନ୍ତି ।

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ରାଜ୍ୟ ବିଜେପି ବିଧାନସଭାରେ ଏକାକୀ ସରକାର ଗଠନ ନିମନ୍ତେ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ୧୪୭ ବିଧାନସଭା ଆସନରୁ ବିଜେପି ୭୮ ଓ ବିଜେଡି ୫୧ ଆସନରେ ବିଜୟଲାଭ କରିଛି। କଂଗ୍ରେସ ୧୪ଟି ଆସନ ଦଖଲ କରିଥିବାବେଳେ ୩ଟି ଆସନରେ ସ୍ୱାଧୀନ ଓ ଗୋଟିଏ ଆସନରେ ସିପିଆଇ(ଏମ୍‌) ବିଜୟୀ ହୋଇଛି। ବିଧାନସଭାରେ ବହୁମତ ହାସଲ କରିବାକୁ ୭୪ଟି ଆସନ ଆବଶ୍ୟକ ହେଉଥିବା ବେଳେ ବିଜେପି ୭୮ଆସନ ଦଖଲ କରିଥିବାରୁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି।

Advertisement

Leave a Reply

Your email address will not be published. Required fields are marked *