Pratidin TV

Odisha's Digital News Platform

ତୃତୀୟ ଥର ମହାକାଶ ଯାତ୍ରା କରି ଇତିହାସ ରଚିଲେ ସୁନିତା ୱିଲିୟମ୍ସ..

1 min read

ତୃତୀୟଥର ମହାକାଶ ଯାଇ ଇତିହାସ ସୃଷ୍ଟି କଲେ ଭାରତୀୟ ବଂଶୋଦ୍ଭବ ସୁନିତା ୱିଲିୟମ୍ସ । ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ଅନ୍ତରୀକ୍ଷ ଅଭିମୁଖେ ଉଡ଼ାଣ ଭରିଛନ୍ତି ସୁନୀତା। କୌଣସି ମହାକାଶ ଯାନର ପ୍ରଥମ ଅଭିଯାନରେ ମହାକାଶକୁ ଯାଇଥିବା ସେହେଉଛନ୍ତି ପ୍ରଥମ ମହିଳା। ସେ ବୁଧବାର ୮ଟା ୨୨ରେ ଫ୍ଲୋରିଡାର କେପ୍‌ କାନଭେରଲା ସ୍ପେସ୍‌ ଫୋର୍ସ ଷ୍ଟେସନର ୪୧ ନଂ ଲଞ୍ଚପ୍ୟାଡ୍‌ରୁ ବୋଇଂ ଷ୍ଟାରଲାଇନର ମହାକାଶଯାନରେ ମହାକାଶ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲେ। ଏହା ସୁନିତାଙ୍କ ତୃତୀୟ ମହାକାଶ ଯାତ୍ରା। ତୃତୀୟ ପ୍ରୟାସରେ ଏହି ଯାନ ସଫଳ ହୋଇଛି। ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଂ ଅଭିଯାନକୁ ୨ ଥର ସ୍ଥଗିତ ରଖାଯାଇଥିଲା। ଏହା ସଠିକ୍‌ କକ୍ଷରେ ପହଞ୍ଚି ଯାଇଛି। ଦିନକ ପରେ ଏହା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ସହ ଯୋଡ଼ି ହୋଇଯିବ। ଏବେ ଆମେରିକାର ୩ଟି ମହାକାଶ ଯାନ ବୋଇଂ ଷ୍ଟାରଲାଇନର, ସ୍ପେସ୍‌ ଏକ୍ସର କ୍ର୍ୟୁ ଡ୍ରାଗନ ଏବଂ ଆଇଏସଏସ ରହିଛି।

୫୯ ବର୍ଷୀୟା ସୁନୀତାଙ୍କର ଏହା ତୃତୀୟ ମହାକାଶ ଯାତ୍ରା। ଏହା ପୂର୍ବରୁ ସେ ଦୁଇ ଥର ମହାକାଶକୁ ଯାତ୍ରା କରି ସାରିଛନ୍ତି। ସେ ୨୦୦୬ ଡିସେମ୍ବର ୯ରେ ‘ଡିସକଭରୀ’ ମହାକାଶ ଯାନରେ ପ୍ରଥମ ଥର ପାଇଁ ମହାକାଶ ଯାତ୍ରା କରିଥିଲେ। ପୁଣି ୨୦୧୨ ଜୁଲାଇ ୧୫ରେ କାଜାଖସ୍ତାନର ବୈକାନୁର କସ୍ ମୋଡ୍ରମରୁ ସୋୟୁଜ-୦୫ଏମ ରକେଟ ଜରିଆରେ ଦ୍ୱିତୀୟ ଥର ମହାକାଶ ଯାତ୍ରା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *