Pratidin TV

Odisha's Digital News Platform

NEET ପରୀକ୍ଷାରେ କେନ୍ଦ୍ରାପଡା ପୁଅ ବିଶ୍ୱଜିତଙ୍କ କମାଲ୍ , ନିଜ ମୁହଁରେ କହିଲେ ସଫଳତାର ରାଜ୍

କେନ୍ଦ୍ରାପଡ଼ା ; ଛୋଟ ବେଳୁ ପାଠ ପଢିଲା ବେଳେ ଇଛା ଥିଲା ପାଠ ପଢି ଡାକ୍ତର ହେବି ଲୋକମାନଙ୍କ ସେବା କରିବି । ଜଣେ ଗରିବ ଚାଷୀ ପୁଅର ସ୍ୱପ୍ନ ଆଜି ପୂରଣ ହେବାକୁ ଯାଉଛି । ମହାକାଳପଡା ବ୍ଲକ ବାହାର ଷୋବଳା ଗାଁ ର ବିଶ୍ବଜିତ ପ୍ରଧାନ , ଚଳିତବର୍ଷ ସର୍ବ ଭାରତୀୟ ନିଟ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଛନ୍ତି । ସେ ୭୨୦ ମାର୍କରୁ ୬୪୮ ମାର୍କ ରଖି ସଫଳ ହୋଇଛନ୍ତି । ଜଣେ ଚାଷୀ ପରିବାରର ହୋଇ ମଧ୍ୟ ସେ ନିଜ କଠିନ ପରିଶ୍ରମ ଏବଂ ଦୃଢ ଇଛାଶକ୍ତି ଦ୍ୱାରା ନିଟ୍‌ରେ କୃତକାର୍ଯ୍ୟ ହୋଇଛନ୍ତି ।

ଜଣେ ସାଧାରଣ ଚାଷୀ ପରିବାର ବାପା ସୁଧୀର ପ୍ରଧାନ ମା ସୁମିତ୍ରା ପ୍ରଧାନ ଙ୍କ ବଡ ପୁଅ ବିଶ୍ବଜିତ ପ୍ରଧାନ । ଜଗମୋହନ ହାଇସ୍କୁଲ ରେ ମାଟ୍ରିକ ୫୧୬ ନମ୍ବର ରଖି ପାସ୍ କରି କେନ୍ଦ୍ରାପଡ଼ା କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ରେ ୫୨୬ ନମ୍ବର ରଖି କଲେଜରେ ଦିତୀୟ ସ୍ଥାନ ଅଧିକାର କରି ନିଟ ପାଇଁ ପ୍ରସ୍ତୁତ କରୁଥଲେ । ତେବେ ବିଶ୍ବଜିତ ପ୍ରଧାନ କେନ୍ଦ୍ରାପଡ଼ା ସ୍ଥିତ ଲକ୍ଷ କୋଚିଙ୍ଗ ସେଣ୍ଟର ରେ କୋଚିଂ ନେଉଥିଲେ । ବିଶ୍ବଜିତ ଏହି ସଫଳତା ହାସଲ କରିବା ପରେ ପରିବାର ସହିତ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

ଆଜି ଲକ୍ଷ କୋଚିଙ୍ଗ ସେଣ୍ଟର ର ଶିକ୍ଷକ ରଂଜନ ପଲାଇ , ରଂଜନ ସାହୁ, ସଂଜୟ ପଲାଇ , ଭଞ୍ଜୟ ପଲାଇ, ସୁଧୀର ବେଉରା, ଓ ବରିଷ୍ଠ ସାମ୍ବାଦିକ ସମରେନ୍ଦ୍ର ମାହାଳୀ , ଗ୍ରାମବାସୀ ସୁଦର୍ଶନ ମଳିକ , ମକର ପ୍ରଧାନ , ସ୍ବର୍ଣ୍ଣ ମୟି ପ୍ରଧାନ ,ତପନ ପ୍ରଧାନ , ପ୍ରମୁଖ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published. Required fields are marked *