Pratidin TV

Odisha's Digital News Platform

BSKY କାର୍ଡ ଦ୍ବନ୍ଦ୍ବ: ଦୁଃଖ ପ୍ରକାଶ କଲେ ରାଜ୍ୟପାଳ …

1 min read

ବିଜୁ ଜନତା ଦଳର ଏକ ପ୍ରମୁଖ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ଚିକିତ୍ସା ମିଳିବ ନା ନାହିଁ ତାହାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି। ବିଏସ୍‌କେୱାଇ କାର୍ଡ ବନ୍ଦ ହୋଇଯାଇଥିବା କହି କେତେକ ଘରୋଇ ହସ୍ପିଟାଲ ରୋଗୀଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହେଉଛି।  ତେବେ ଏସବୁକୁ ଦେଖି ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟପାଳ । 

ଏନେଇ ରାଜ୍ୟପାଳ  ରଘୁବର ଦାସ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହ ଆଲୋଚନା କରିଛନ୍ତି । ଲୋକଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବା ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ । ବିଏସକେୱାଇ କାର୍ଡ ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ଏଥିପାଇଁ ଯେପରି ସ୍ୱାସ୍ଥ୍ୟସେବା ବ୍ୟାହତ ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ ରହିଛି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ ମାଧ୍ୟମରେ ରାଜ୍ୟପାଳ ଟୁଇଟ କରି  କହିଛନ୍ତି, ନିର୍ବାଚନ ଫଳାଫଳ ପରେ ବିଏସ୍‌କେୱାଇ ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କିତ ଭ୍ରମ ଏବଂ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ କରାଯାଉଥିବା ନେଇ ଗଣମାଧ୍ୟମର ରିପୋର୍ଟ କଷ୍ଟ ଅନୁଭବ ହୋଇଛି। ମୁଁ ଏହି ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ତୁରନ୍ତ ଉପଯୁକ୍ତ ପଦକ୍ଷେପ ନେବାକୁ କହିଛି। ଯାହାଦ୍ୱାରା ବିଏସ୍‌କେୱାଇ ସମ୍ବନ୍ଧରେ କୌଣସି ଭ୍ରମ ସୃଷ୍ଟି ନହେଉ ଏବଂ ହିତାଧିକାରୀମାନଙ୍କୁ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉ।

Leave a Reply

Your email address will not be published. Required fields are marked *