Pratidin TV

Odisha's Digital News Platform

ମେଣ୍ଟ ନ କରି ବିଧାସଭାରେ ଏକା ଲଢ଼ିବ AAP

1 min read

ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା | କିନ୍ତୁ ଆସନ୍ତା ବର୍ଷର ପ୍ରଥମ ଭାଗରେ ହେବାକୁ ଥିବା ଦିଲ୍ଲୀ ବିଧାନସଭାରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳ AAP ଏକାକୀ ଭାବରେ ଲଢ଼ିବ ବୋଲି ଘୋଷଣା କରାଯାଇଛି | ମେଣ୍ଟ ଆଉ କରିବ ନାହିଁ ବୋଲି କହିଛି AAP |

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ସହ ମେଣ୍ଟ ହେବା ନେଇ ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାଏ ଏ ସମ୍ପର୍କରେ ସୂଚନା ଦେଇଛନ୍ତି | ଏହା ସହ ଏକାକୀ ବିଧାସଭା ଲଢ଼ିବା ନେ ମଧ୍ୟ ଘୋଷଣା କରିଛନ୍ତି | ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଧାୟକମାନଙ୍କ ବୈଠକ ବସିଥିଲା। ବୈଠକରେ ସମସ୍ତ ବିଧାୟକଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀରେ ପ୍ରତି ଶନିବାର ଓ ରବିବାର ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କୁହାଯାଇଛି। ଲୋକସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ବିକାଶମୂଳକ କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ଏବେ ପୁଣି ସେସବୁ ଆରମ୍ଭ କରିବାକୁ କୁହାଯାଇଛି।

ତେବେ ଆସନ୍ତା କାଲି ଅର୍ଥାତ ଜୁନ ୮ ତାରିଖରେ ମନ୍ତ୍ରୀ ପରିଷଦ ପକ୍ଷରୁ ବୈଠକ ହେବାକୁ ଯାଉଛି | କେଜ୍ରିୱାଲ ଜେଲରେ ଥିବା ଯୋଗୁଁ ତାଙ୍କ ପତ୍ନୀ ସୁନିତା କେଜ୍ରିୱାଲ ଏହି ବୈଠକରେ ଉପସ୍ଥିତ ରହିବେ | ଏଥିସହ ଦଳର ଏକାଧିକ ରାଜ୍ୟସଭା ସାଂସଦମାନେ ବୈଠକରେ ହେବେ ସାମିଲ |

Leave a Reply

Your email address will not be published. Required fields are marked *