Pratidin TV

Odisha's Digital News Platform

ଶପଥ ଗ୍ରହଣରେ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ ଦେଲେ ମୋଦି, ଯୋଗଦେବେ ସଫେଇ କର୍ମଚାରୀ, କିନ୍ନର ଓ ଶ୍ରମିକ

1 min read

କ୍ରମାଗତ ଭାବେ ତୃତୀୟ ଥର ପାଇଁ ନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି। ଅଶାନ୍ତ ରବିବାର ଅର୍ଥାତ ଜୁନ ୯ ତାରିଖ ଦିନ ରାଷ୍ଟ୍ରପତି ଭବନରେ ସନ୍ଧ୍ୟା ୬ଟାରେ ଭବ୍ୟ ସମାରୋହରେ ଶପଥ ପାଠ କରିବେ। ତେବେ ଏହି ସମାରୋହରେ ବହୁ ନେତା ମନ୍ତ୍ରୀ ସହ ଭାରତର ପଡୋଶୀ ଦେଶର ଭିଭିଆଇପି ନେତା ଦେବେ ଯୋଗ |

ଶପଥ ଗ୍ରହ କରିବାକୁ ଯାଉଥିବା ନରେନ୍ଦ୍ର ମୋଦିଙ୍କ ସମାରୋହରେ ସ୍ୱତନ୍ତ୍ର ଅତିଥିମାନଙ୍କ ନିମନ୍ତ୍ରଣ ପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି | ଯେଉଁଥିରେ କିଛି ବିଶେଷ ଲୋକଙ୍କୁ କରାଯାଇଛି ନିମନ୍ତ୍ରଣ | ସୂଚନା ଅନୁଯାୟୀ, ଏହି ସମାରୋହରେ ଅନେକ ବିଦେଶୀ ରାଷ୍ଟ୍ର ନେତାଙ୍କୁ ନିମନ୍ତ୍ରଣ କରାଯିବା ସହ ସ୍ୱତନ୍ତ୍ର ଅତିଥି ତାଲିକାରେ ଅଛନ୍ତି ସଫେଇ କର୍ମଚାରୀଙ୍କ ସମେତ କିନ୍ନର।

Advertisement

ତେବେ ବେଶେଷ ରିପୋର୍ଟ ଅନୁସାରେ, ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସେଣ୍ଟ୍ରାଲ୍ ଭିସ୍ତା ପ୍ରୋଜେକ୍ଟରେ କାମ କରୁଥିବା ପରିମଳ କର୍ମଚାରୀ, କିନ୍ନର ଏବଂ ଶ୍ରମିକମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଏହାସହ ବନ୍ଦେ ଭାରତ ଓ ମେଟ୍ରୋ ଟ୍ରେନରେ କାର୍ଯ୍ୟ କରୁଥିବା ରେଳ କର୍ମଚାରୀ, କେନ୍ଦ୍ର ସରକାରଙ୍କ ଯୋଜନାର ହିତାଧିକାରୀ ଏବଂ ବିକଶିକ ଭାରତ ଆମ୍ବାସଡରମାନଙ୍କୁ ମଧ୍ୟ ରବିବାର ଶପଥ ଉତ୍ସୋବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷରେ ଭାରତର ପଡୋଶୀ ଦେଶର ବିଦେଶ ରାଷ୍ଟ୍ରୀୟ ନେତା ତଥା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରେମେସିଂହେଙ୍କୁ ପୂର୍ବରୁ ନିମନ୍ତ୍ରଣ କରାଯାଇଛି । ସୂତ୍ରରୁ ପ୍ରକାଶ ହୋଇଛି ଯେ ଏହି ସମାରୋହରେ ୮ ହଜାରରୁ ଅଧିକ ଅତିଥି ଯୋଗ ଦେବେ |

Leave a Reply

Your email address will not be published. Required fields are marked *