Pratidin TV

Odisha's Digital News Platform

ମାନହାନୀ ମାମଲାରେ କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧୀ

1 min read

ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ରହିଛି। ଏହି ଶୁଣାଣି ବେଙ୍ଗାଲୁରୁ କୋର୍ଟରେ ହେବ। ଏଥିପାଇଁ ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ଦିଲ୍ଲୀରୁ ବେଙ୍ଗାଲୁରୁ ଯାଇଛନ୍ତି। ତାଙ୍କୁ ମାନହାନୀ ମାମଲାରେ ବେଙ୍ଗାଲୁରୁ କୋର୍ଟରେ ହାଜର ହେବାକୁ ପଡିବ। କୋର୍ଟ ତାଙ୍କୁ କର୍ଣ୍ଣାଟକ ବିଜେପି ଦାଖଲ କରିଥିବା ମାନହାନୀ ମାମଲାରେ ଜୁନ୍ ୭ ପୂର୍ବରୁ ହାଜର ହେବାକୁ କହିଥିଲେ। କଂଗ୍ରେସ ନେତାଙ୍କ ବିରୋଧରେ ବିଜେପି ଦାଖଲ କରିଥିବା ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ହେଉଛନ୍ତି ଚତୁର୍ଥ ଅଭିଯୁକ୍ତ। ସମାନ ମାମଲାରେ କଂଗ୍ରେସ ପାର୍ଟି, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଉପମୁଖ୍ଯମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ଜାମିନ ଦେଇଛନ୍ତି କୋର୍ଟ।

ସୂଚନା ଅନୁଯାୟୀ, ଜାଲ୍ ବିଜ୍ଞାପନ ଦେବା ଘଟଣାରେ ରାହୁଲ ଓ ଅନ୍ଯମାନଙ୍କ ନାମରେ ଅଭିଯୋଗ କରିଥିଲେ ବିଜେପି ସାଧାରଣ ସମ୍ପାଦକ କେଶରୀ ପ୍ରସାଦ। 2023 କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ଏହି ଗଫହଁଟାଣ ଘଟିଥିଲା | ବିଧାନସଭା ନିର୍ବାଚନ ସମୟରେ ଏହା କର୍ଣ୍ଣାଟକର ପ୍ରମୁଖ ଖବରକାଗଜରେ ପ୍ରକାଶିତ ଏକ ବିଜ୍ଞାପନ ଉପରେ ଜଡିତ | ଏହି ବିଜ୍ଞାପନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତତ୍କାଳୀନ ବିଜେପି ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। କର୍ଣ୍ଣାଟକ ବିଜେପି ଏହାକୁ ବିରୋଧ କରି କୋର୍ଟରେ ମାନହାନୀ ମକଦ୍ଦମା ଦାୟର କରିଛି। ଏହି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଉପମୁଖ୍ଯମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ଜାମିନ ପ୍ରଦାନ କରାଯାଇଛି। ପୂର୍ବରୁ ରାହୁଲଙ୍କୁ କୋର୍ଟ ହାଜର ହେବାରୁ ଛାଡ କରିଥିଲେ ଏବଂ ଜୁନ ୭ରେ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି କୋର୍ଟରେ ହେବେ ହାଜର |

Advertisement

Leave a Reply

Your email address will not be published. Required fields are marked *