Pratidin TV

Odisha's Digital News Platform

କାହିଁକି କଙ୍ଗନାଙ୍କୁ ଚାପୁଡା ମାରିଥିଲେ ମହିଳା ଯବାନ୍‌, ସସ୍‌ପେଣ୍ଡ ହେବା ପରେ ଖୋଲିଲେ ମୁହଁ ।

1 min read

ହିମାଚଳର ମାଣ୍ଡିରୁ ନବ ନିର୍ବାଚିତ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଚାପୁଡ଼ା ମାରିବା ଖବରର ବଡ ଖୁଲସା ହୋଇଛି । କଙ୍ଗନା ରାନାୱତଙ୍କୁ ଚାପୁଡ଼ା ମାରିଥିବା ସିଏସ୍ଏଫ୍ ମହିଳା ଯବାନ କୁଲବିନ୍ଦର କୌରଙ୍କୁ ନିଲମ୍ବିତ କରାଯାଇଛି। ମହିଳା ଯବାନ ସ୍ୱୀକାର କରିଛନ୍ତି ଯେ ସେ କଙ୍ଗନାକୁ ଚାପୁଡ଼ା ମାରିଥିଲେ କାରଣ କଙ୍ଗନା କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ କିଛି ଏଭଳି ବିବୃତ୍ତି ଦେଇଥିଲେ ଯାହା ପୁରା କୃଷକ ଜାତିକୁ ଆଘାତ ଦେଇଥିଲା। ପଞ୍ଜାବରେ ଚାଲିଥିବା କୃଷକ ଆନ୍ଦୋଳନରେ କୁରବିନ୍ଦରଙ୍କ ମା ମଧ୍ୟ ଥିଲେ । ଯେଉଁଥିରେ କଙ୍ଗନା ବିବାଦିୟ ଟିପ୍ପଣୀ ଦେଇଥିଲେ । ଏନେଇ କୁରବିନ୍ଦର ଗତକାଲି ଚଣ୍ଡିଗଡ ବିମାନ ବନ୍ଦରରେ କଙ୍ଗନାଙ୍କୁ ଦେଖି ସେଦିନର ରାଗ ସୁଜାଇଦେଇଥିଲେ ବୋଲି ସେ ନିଜ ମୁହଁ ଖୋଲି କହିଥିଲେ ।

କୃଷକ ଆନ୍ଦୋଳନକୁ ନେଇ କଣ ଟିପ୍ପଣୀ ଦେଇଥିଲେ କଙ୍ଗନା –
କଙ୍ଗନାକୁ ଚାପୁଡ଼ା ମାରିବା ପରେ ମହିଳା ସିଏସ୍ଏଫ୍ ଯବାନ କହିଛନ୍ତି ଯେ ସେ (କଙ୍ଗନା ରାନାୱତ) କୃଷକ ଆନ୍ଦୋଳନ ସମୟରେ ଏକ ବିବୃତ୍ତି ଦେଇ କହିଥିଲେ ଯେ ଲୋକମାନେ ୧୦୦ ଟଙ୍କା ପାଇଁ କୃଷକ ଆନ୍ଦୋଳନରେ ବସିଛନ୍ତି। ମୋ ମା କୃଷକ ଆନ୍ଦୋଳନରେ ବସିଥିଲେ। ଯେଊଁଠି କୃଷକ ମାନେ ଖରା ବର୍ଷାରେ ନିଜ ଦାବି ରଖି ଆନ୍ଦୋଳନରେ ବସିଥିଲେ । ସେଠାରେ କଙ୍ଗନା ସେ ସଭିଙ୍କ ଉପରେ ଏପରି ମନ୍ତବ୍ୟ ଦେଇ ଅପମାନ କରିଥିଲେ ।

Advertisement

କଙ୍ଗନା ରାନାୱତ ମଧ୍ୟ ଏ ବାବଦରେ ଏକ ବିବୃତ୍ତି ଦେଇଛନ୍ତି। ତାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରେ ଏହି ବିବୃତ୍ତି ସେୟାର କରି ସେ କହିଛନ୍ତି ଯେ ଏ ଘଟଣା ପରେ ମୁଁ ବହୁତ ଫୋନ୍ କଲ୍ ଗ୍ରହଣ କରୁଛି। ମୋର ଶୁଭେଚ୍ଛୁ ଏବଂ ଗଣମାଧ୍ୟମକୁ କହିଦେବାକୁ ଚାହୁଁଛି ଯେ ମୁଁ ସୁରକ୍ଷିତ ଅଛି ଆଜି ଚଣ୍ଡିଗଡ଼ ବିମାନବନ୍ଦରରେ ଘଟିଥିବା ଘଟଣା ସୁରକ୍ଷା ଯାଞ୍ଚ ସମୟରେ ଘଟିଛି। ଯେତେବେଳେ ମୁଁ ସେଠାରେ ସୁରକ୍ଷା ଯାଞ୍ଚ କରିଥିଲି, ସେତେବେଳେ ମୁଁ ଅନ୍ୟ କୋଠରୀରେ ସିଏସ୍ଏଫ୍ ସୁରକ୍ଷା କର୍ମୀଙ୍କୁ ଦେଖିଲି ସେ କହିଛନ୍ତି ଯେ ସେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି, କିନ୍ତୁ ମୋର ଚିନ୍ତା ହେଉଛି ପଞ୍ଜାବରେ ବଢୁଥିବା ଆତଙ୍କବାଦ ଏବଂ ଉଗ୍ରବାଦକୁ ଆମେ କିପରି ପରିଚାଳନା କରିବୁ।

ଏହି ପୂରା ଘଟଣା ଗୁରୁବାର ଅପରାହ୍ନ ୩୦.୩୦ ୦ ସମୟରେ ଘଟିଥିଲା, ଯେତେବେଳେ କଙ୍ଗନା ରାନାୱତ ଚଣ୍ଡିଗଡ଼ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ଏହି ସମୟ ମଧ୍ୟରେ ତାଙ୍କ ସହିତ ଏହି ଘଟଣା ଘଟିଥିଲା ଜ୍ଝ ଏହା ପରେ କଙ୍ଗନା ରାନାୱତ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ଯାହା ପରେ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ମହିଳା ଯବାନ କୁଲବିନ୍ଦର କୌରଙ୍କୁ ନିଲମ୍ବିତ କରାଯାଇଛି।

Leave a Reply

Your email address will not be published. Required fields are marked *