Pratidin TV

Odisha's Digital News Platform

ରାଷ୍ଟ୍ରପତିଙ୍କୁ ନବ ନିର୍ବାଚିତ ସାଂସଦଙ୍କ ତାଲିକା ହସ୍ତାନ୍ତର କଲେ ମୁଖ୍ୟ ନିର୍ବାଚନ କମିଶନର

1 min read

୧୮ ତମ ଲୋକସଭାକୁ ନିର୍ବାଚିତ ସଦସ୍ୟଙ୍କ ନାମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରାଯାଇଛି। ଏହା ସହିତ ଲୋକସଭା ନିର୍ବାଚନ ସମୟରେ ଲାଗୁ କରାଯାଇଥିବା ଆଚରଣ ବିଧି ମଧ୍ୟ ଗୁରୁବାର ଶେଷ ହୋଇଛି। ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ନିକଟରେ ନୂତନ ସାଂସଦଙ୍କ ତାଲିକା ଦାଖଲ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରୀୟ ଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ।

ରାଷ୍ଟ୍ରପତି ସଚିବାଳୟ ଅନୁଯାୟୀ, ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୧ ର ଧାରା ୭୩ ଅନୁଯାୟୀ ଭାରତର ନିର୍ବାଚନ ଆୟୋଗ ଦ୍ୱାରା ଜାରି ବିଜ୍ଞପ୍ତିର ଏକ ଅଧିସୂଚନା ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରାଯାଇଛି। ଏଥିରେ ୧୮ ତମ ଲୋକସଭାକୁ ସାଧାରଣ ନିର୍ବାଚନ ପରେ ଲୋକସଭାକୁ ନିର୍ବାଚିତ ସଦସ୍ୟଙ୍କ ନାମ ରହିଛି।

Advertisement

ମାନବ ଇତିହାସରେ ସର୍ବ ବୃହତ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାର ସଫଳ ରୂପାୟନ ପାଇଁ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସମଗ୍ର ଦେଶ ତରଫରୁ ସେ ନିର୍ବାଚନ ଆୟୋଗ, ଏହାର ଅଧିକାରୀ ଏବଂ କର୍ମଚାରୀ, ଅଭିଯାନର ପରିଚାଳନା ତଥା ତଦାରଖରେ ଜଡିତ ଅନ୍ୟ ସରକାରୀ କର୍ମଚାରୀ, ପୋଲିସ ଏବଂ ସୁରକ୍ଷା କର୍ମୀ, କେନ୍ଦ୍ର ଏବଂ ରାଜ୍ୟର ଉଦ୍ୟମକୁ ପ୍ରଶଂସା କରିଥିଲେ।

ରାଷ୍ଟ୍ରପତିଙ୍କ ସହ ମୁଖ୍ୟ ନିର୍ବାଚନ କମିଶନର, ନିର୍ବାଚନ କମିଶନର ଗଣେଶ କୁମାର ଏବଂ ଡକ୍ଟର ସୁଖବୀର ସିଂ ସାନ୍ଧୁ ମଧ୍ୟ ଉପସ୍ଥିତ ଥିଲେ। ଏହାପୂର୍ବରୁ ବୁଧବାର ଦିନ ରାଷ୍ଟ୍ରପତି ୧୭ତମ ଲୋକସଭାକୁ ଭଙ୍ଗ କରିଥିଲେ। କେନ୍ଦ୍ର କ୍ୟାବିନେଟର ପରାମର୍ଶ କ୍ରମେ ରାଷ୍ଟ୍ରପତି ଏହି ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *