Pratidin TV

Odisha's Digital News Platform

ସମ୍ବିଧାନ ଭବନରେ NDAର ବୈଠକ, ନେତା ଭାବେ ମୋଦୀଙ୍କୁ ମନୋନୀତ କଲେ ନବ ନିର୍ବାଚିତ ସାଂସଦ

1 min read

ନରେନ୍ଦ୍ର ମୋଦି ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ସମ୍ବିଧାନ ଭବନର ସେଣ୍ଟ୍ରାଲ ହଲରେ ହୋଇଥିବା ଏନଡିଏର ବୈଠକରେ ମୋଦିଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି ରାଜନାଥ ସିଂହ। ଏହାକୁ ଅମିତ ଶାହା ଓ ନୀତିନ ଗଡ଼କରି ସମର୍ଥନ କରିଛନ୍ତି । ପରେ ପରେ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁ ନେତା ନୀତିଶ କୁମାର ମଧ୍ଯ ଏହାକୁ ସମର୍ଥନ କରିଛନ୍ତି ।

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ବାଟ ଫିଟିଥିବା ବେଳେ ନରେନ୍ଦ୍ର ମୋଦୀଙ୍କୁ ଏନଡିଏ ସାଂସଦଙ୍କ ନେତା ଭାବେ ମନୋନୀତ କରିବା ପାଇଁ ଏହି ସଭା ଆରମ୍ଭ ହୋଇଥିଲା। ଶୁକ୍ରବାର ସମ୍ବିଧାନ ଭବନରେ ଏନଡିଏ ସଂସଦୀୟ ଦଳର ବୈଠକ ବସିଥିଲା। ସୂଚନା ଅନୁସାରେ ଆସନ୍ତା ରବିବାର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ଆରମ୍ଭ ହୋଇଥିବା ସଂସଦୀୟ ଦଳ ବୈଠକରେ ସମସ୍ତ ୨୯୩ ଏନଡିଏ ସାଂସଦ ଦେଇଛନ୍ତି ଯୋଗ ।

Advertisement

Leave a Reply

Your email address will not be published. Required fields are marked *