Pratidin TV

Odisha's Digital News Platform

ଆଗକୁ ଆହୁରି ଭିଜିବ ଓଡିଶା , ଆଜିଠୁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

1 min read

ଭୁୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତକାଲିଠାରୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଦେଖାଦେଇଛି । ଯାହଫଳରେ ରାଜ୍ୟରେ ପୂଜାର ମାହୋଲ ଫିକା ପଡିଯାଇଛି । ସେହିଭଳି ଆଜି ମଧ୍ୟ ବିଜୟା ଦଶମୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହି ଜିଲ୍ଲାଗୁଡିକ ଯଥାକ୍ରମେ –ମାଲକାନାଗିରି,କୋରାପୁଟ,ନବରଙ୍ଗପୁର,ରାୟଗଡା,ଗଜପତି,ଗଞ୍ଜାମ,ଖୋର୍ଦ୍ଧା,ଜଗତସିଂହପୁର,କେନ୍ଦ୍ରାପଡା,ଭଦ୍ରକ ଏବଂ ବାଲେଶ୍ୱର ।ଏହି ଜିଲ୍ଲାଗୁଡିକରେ ଆଜି ପ୍ରବଳ ବର୍ଷା ଦେଖାଦେଇପାରେ । ସେହିପରି ଆଜି ସକାଳ ୮ଟା ୩୦ ପର‌୍ୟ୍ୟନ୍ତ ଗଜପତି, ଗଞ୍ଜାମ, ପୁରୀ, ରାୟଗଡା, ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅର୍ଥାତ ଏହି ସବୁ ଜିଲ୍ଲାରେ ୭ରୁ ୨୦ ସେମି ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ତଳିଆ ଅଂଚଳରେ ପାଣି ଜମିବାର ଆଶଙ୍କା ରହିଛି । ପାହାଡିଆ ଅଞ୍ଚଳରେ ଭୁସ୍ଖଳନର ଆଶଙ୍କା ରହିଛି ।

Advertisement

ଆସନ୍ତାକାଲିଠୁ ରାଜ୍ୟରେ ବର୍ଷାର ପରିମାଣ କମିବ। ହେଲେ ୭ଟି ଜିଲ୍ଲାରେ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲା ଗୁଡ଼ିକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ। ସେହିପରି ରାଜ୍ୟରେ ୭ ତାରିଖରୁ ପାଣିପାଗରେ ପରିବର୍ତ୍ତନ ଦେଖାଦେଇପାରେ ।

Leave a Reply

Your email address will not be published. Required fields are marked *