Pratidin TV

Odisha's Digital News Platform

ନୀତିଶ କହିଲେ, ମୋଦି ହସିଲେ… ଆରଥରକୁ ସବୁ ପୋଛିନେବେ

1 min read

ଲୋକସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଏନଡିଏର ସଂସଦୀୟ ଦଳ ବୈଠକରେ ନରେନ୍ଦ୍ର ମୋଦୀଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଆଜିର ବୈଠକରେ ମୋଦୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସଭାରେ ବିଜେପି ଏବଂ ସହଯୋଗୀ ଦଳର ସମସ୍ତ ସାଂସଦ ଏବଂ ବଡ ନେତା ଉପସ୍ଥିତ ଥିଲେ। ବୈଠକରେ ମୋଦୀ ପ୍ରବେଶ କରିବା ମାତ୍ରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ଏହା ପରେ ସେ ମଞ୍ଚରେ ପହଞ୍ଚିବା ପରେ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ଏବଂ ଜେଡିୟୁ ନେତା ନୀତିଶ କୁମାର ସ୍ୱାଗତ କରିବା ସହ ମଞ୍ଚରେ ପହଞ୍ଚିଥିଲେ ।

ସେହିପରି ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ମୋଦୀ ୧୦ ବର୍ଷ ହେବ ପ୍ରଧାନମନ୍ତ୍ରୀ ଅଛନ୍ତି ଏବଂ ଏବେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ପୂରା ଦେଶର ସେବା କରିବାକୁ ଯାଉଛନ୍ତି । ପୂରା ଭରସା ରହିଛି, ଯାହା କିଛି ବି କାମ ବଳକା ରହିଛି ତାହାକୁ ପୂରା କରିବେ । ବିହାରର ସମସ୍ତ କାମକୁ ପୂରା କରିବେ । ଆମେ ସବୁଦିନ ମୋଦୀଙ୍କ ସାଥୀରେ ରହିବୁ । ଆମେ ଦେଖିଛୁ କିଛି ଲୋକ ଏଥର ଜିତି ଯାଇଛନ୍ତି କିନ୍ତୁ ଆଗାମୀ ଥର ଯେତେବେଳେ ଆସିବୁ ସମସ୍ତଙ୍କୁ ହରାଇ ଆସିବୁ ଏବଂ ପୁରା ଭରସା ଅଛି ଯେଉଁ ସବୁ ଆସନରୁ ବଞ୍ଚିତ ହୋଇଛୁ ସେହି ଆସନରୁ ଆରଥରକୁ ସବୁ ପୋଛିନେବେ। ନିତୀଶଙ୍କ ଏହି କଥା ଶୁଣି ନରେନ୍ଦ୍ର ମୋଦି ହସିବାରେ ଲାଗିଥିଲେ |

Advertisement

ବିରୋଧୀ ଦେଶ ପାଇଁ ଆଜି ଯାଏଁ କୌଣସି କାମ କରିନାହାନ୍ତି । ଦେଶ ବହୁତ ଆଗକୁ ବଢିବ, ବିହାରର ସବୁ କାମ ପୂରା ହୋଇଯିବ ।
ନୀତିଶ ଆହୁରି କହିଥିଲେ, ଯଦି ନରେନ୍ଦ୍ର ମୋଦି ଆଜି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥାନ୍ତେ ତେବେ ଭଲ ହୋଇଥାନ୍ତା। ଆମେ ତ ସବୁଦିନ ତାଙ୍କ ସହ ଅଛୁ। ଜେଡିୟୁ ମୁଖ୍ୟଙ୍କଠାରୁ ଏହା ଶୁଣି ସଂସଦ ଭବନରେ ଥିବା ଭାଜପା ନେତାମାନେ ହସିବାକୁ ଲାଗିଲେ।
ନୀତୀଶ କୁମାର କହିଛନ୍ତି,ତାଙ୍କ ଦଳ ଭାରତର ପ୍ରଧାନମନ୍ତ୍ରୀ ପଦ ପାଇଁ ଭାଜପାର ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରୁଛି। ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ସେ ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ରହିଛନ୍ତି ଏବଂ ପୁନର୍ବାର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *