Pratidin TV

Odisha's Digital News Platform

ଆଜିଠୁ ମିଳିଲା ଜିଓ 5G ସେବା : ଏହିସବୁ ସହରରେ ମିଳିବ ମାଗଣା 5G ସେବା

1 min read

ଭୁବନେଶ୍ୱର : କ’ଣ ଆପଣମାନେ ପାଇ ନାହାନ୍ତି ଜିଓର ୫ଜି ମାଗଣା ସେବା । ତେବେ ଜଣିନିଅନ୍ତୁ ଆପଣଙ୍କ ଅପେକ୍ଷାର ଅନ୍ତ ଘଟିଛି । ରିଲିଆନ୍ସ ଜିଓର ୫ଜି ସେବାକୁ ଉପଭୋଗ କରିବା ପାଇଁ ଚାହିଁ ବସିଥିବା ୟୁଜର୍ସମାନଙ୍କୁ ରିଲିଆନ୍ସ ଏକ ବଡ ଉପହାର ଦେଇଛି । ଆଜିଠାରୁ ରିଲାଏନ୍ସ ଜିଓ ଏହାର ୫ଜି ସେବା ଲଞ୍ଚ କରୁଛି । ଅବଶ୍ୟ ବର୍ତ୍ତମାନ ଏହା କେବଳ ଚାରିଟି ସହରରେ ସୀମିତ ୟୁଜର୍ସଙ୍କୁ ମିଳିବ । ଏହି ସର୍ଭିସକୁ କମ୍ପାନୀ ଆଜିଠାରୁ ଦିଲ୍ଳୀ, ବାରଣାସୀ, ମୁମ୍ବାଇ ଏବଂ କୋଲକାତାରେ ଆରମ୍ଭ କରିଛି । ଅର୍ଥାତ୍ ଏହି ସହରରେ ୟୁଜର୍ସଙ୍କୁ Jio 5G ଚଳାଇବାର ସୁଯୋଗ ପ୍ରଥମେ ମିଳିବ । ଅବଶ୍ୟ କମ୍ପାନୀ ସବୁ ଗ୍ରାହକଙ୍କୁ ଏହି ସର୍ଭିସ ଦେଉନାହିଁ ।

କିନ୍ତୁ ଏହି କମ୍ପାନୀ କିଛି ଗ୍ରାହକଙ୍କୁ ମାଗଣାରେ ୫ଜି ଡାଟା ଦେଉଛି । ଏହି ୫ଜି ମାଗଣା ଡାଟା ପାଇବା ପାଇଁ ଗ୍ରାହକମାନଙ୍କୁ ଇନଭାଇଟ୍ କରାଯାଉଛି । ଏହି ଇନଭିଟେସନ  sms ଦ୍ୱରା ଗ୍ରାହକମାନଙ୍କ ପାଖକୁ ପଠାଯାଉଛି । ତେବେ ଯେଉଁ ଗ୍ରାହକଙ୍କୁ ଏସଏମଏସ ମିଳିନାହିଁ ସେମାନେ ମଧ୍ୟ ଏହାର ଫାଇଦା ଉଠାଇପାରିବେ । ଯଦି ବ୍ୟବହାରକାରୀଙ୍କ ପାଖରେ ୫ଜି ଫୋନ ଅଛି ଏବଂ ସେଥିରେ ରିଲିଆନ୍ସ ଜିଓ ୫ଜି ନେଟୱାକ ଦେଖାଯାଉଛି ତେବେ ସେମାନେ ଏହାର ବ୍ୟବହାର କରିପାରିବେ । ଅବଶ୍ୟ ଅନେକ ୫ଜି ଥିବା ହ୍ୟାଣ୍ଡସେଟରେ ବର୍ତ୍ତମାନ ଏହି ସେବା କାମ କରିବନାହିଁ । ଏଥିପାଇଁ ଆପଣଙ୍କୁ ମୋବାଇଲ କମ୍ପାନୀ ତରଫରୁ ଅନ୍ୟ ଏକ ଅପଡେଟ ଆସିବ । ଏହାପରେ ରିଲାଏନ୍ସ ଜିଓ ୫ଜି ସେବାର ବ୍ୟବହାର କରାଯାଇପାରିବ ।

Advertisement

ବର୍ତ୍ତମାନ କମ୍ପାନୀ ୪ଜି ପରି ୫ଜି ର ଟ୍ରାଏଲ ସମୟରେ ଗ୍ରାହକଙ୍କୁ ମାଗଣା ୫ଜି ଡାଟା ଦେବାକୁ ଘୋଷଣା କରିଛି । ଆଗାମୀ ସମୟରେ ୫ଜି ପ୍ଲାନ ବିଷୟରେ ସୂଚନା ଦେବ । ଏବେ ୟୁଜର୍ସଙ୍କୁ ବ୍ୟବହାର କରିବା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଆବଶ୍ୟକତା ନାହିଁ । କମ୍ପାନୀ ଦାବି କରିଛି ଯେ ୟୁଜର୍ସଙ୍କୁ ଅନଲିମିଟେଡ୍ ୫ଜି ଡାଟା ୧ ଜିବିପିଏସ ସ୍ପିଡରେ ବ୍ୟବହାର କରିପାରିବେ ।

Leave a Reply

Your email address will not be published. Required fields are marked *