Pratidin TV

Odisha's Digital News Platform

କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ଯବାନଙ୍କୁ ୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲା ଖଲିସ୍ତାନୀ ଆତଙ୍କୀ ..

1 min read

ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଏସ୍ଏଫ୍ ଗାର୍ଡ ଚାପୁଡ଼ା ମାରିଛନ୍ତି। ଅଭିନେତ୍ରୀ ଏପରି ଅଭିଯୋଗ ଆଣିଛନ୍ତି ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଚାପୁଡ଼ା ମାରିଥିବା CISF ଯବାନ ଜଣଙ୍କ ନାଁ କୁଲବିନ୍ଦର କୌର ବୋଲି କୁହାଯାଉଛି।

ଅଭିଯୋଗ ପରେ ମହିଳା  ସିଏସ୍ଏଫ୍ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। ତେବେ ବର୍ତ୍ତମାନ  ଚାପୁଡ଼ା ମାରିଥିବା ମହିଳା କନଷ୍ଟେବଳ କୁଲବିନ୍ଦର କୌରଙ୍କୁ ସମର୍ଥନ କରିଛି ଆତଙ୍କବାଦୀ ପନ୍ନୁ। ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁ ଏକ ଭିଡିଓ ଜାରି କରି ସିଆଇଏସ୍ଏଫ୍ କନଷ୍ଟେବଳଙ୍କର  ପ୍ରଶଂସା କରିଛି। ପନ୍ନୁ କହିଛି ଯେ, ‘‘କଙ୍ଗନାଙ୍କୁ ଚାପୁଡ଼ା ମାରିଥିବାରୁ ମୁଁ ବହୁତ ଖୁସି ଏବଂ ଏଥିପାଇଁ ମୁଁ ମହିଳା କନଷ୍ଟେବଳଙ୍କୁ ୧୦,୦୦୦ ଡଲାର (ଭାରତୀୟ ମୁଦ୍ରାରେ ୮ ଲକ୍ଷ ଟଙ୍କା) ପୁରସ୍କାର ଦେବାକୁ ଘୋଷଣା କରୁଛି। ପନ୍ନୁ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ପୁଣି ଥରେ ଅଶାଳୀନ ଭାଷା ବ୍ୟବହାର କରିଛି।

Advertisement

 ସୂଚନାଯୋଗ୍ୟ,ଜୁନ୍ ୬ ତାରିଖରେ, ଯେତେବେଳେ କଙ୍ଗନା ରାଣାୱତ ଚଣ୍ଡିଗଡ଼ ବିମାନବନ୍ଦରର ସୁରକ୍ଷା ଯାଞ୍ଚ ପାଇଁ ପହଞ୍ଚିଥିଲେ, ସେତେବେଳେ ସେଠାରେ ନିୟୋଜିତ ଜଣେ ମହିଳା ସୁରକ୍ଷା କର୍ମୀ କୁଲବିନ୍ଦର କୌର ତାଙ୍କୁ ଚାପୁଡ଼ା ମାରିଥିଲେ। କୁଲବିନ୍ଦର ଜଣେ CISF କନଷ୍ଟେବଳ। କଙ୍ଗନା ରାଣାୱତଙ୍କୁ ତୁରନ୍ତ ଅନ୍ୟ ସୁରକ୍ଷା ବଳୟ ଦ୍ୱାରା ଆଚ୍ଛାଦିତ ହୋଇ ନିରାପଦରେ ବାହାରକୁ ନିଆଯାଇଥିଲା।  ଅନ୍ୟପକ୍ଷରେ ପଚରାଉଚରା ବେଳେ ଚାପୁଡ଼ା ମାରିଥିବା ମହିଳା ସିଆଇଏସଏଫ୍ ଯୱାନ କୁଲବିନ୍ଦର କୌର କହିଛନ୍ତି ଯେ କଙ୍ଗନା ରାଣାୱତ୍ ଚାଷୀଙ୍କୁ ଦୁର୍ବ୍ୟବହାର କରିଛନ୍ତି। କୃଷକ ଆନ୍ଦୋଳନରେ ଭାଗ ନେଉଥିବା ମହିଳାଙ୍କ ବିଷୟରେ ସେ ଖରାପ କହିଥିଲେ। କଙ୍ଗନା କହିଥିଲେ ଯେ ଏହି ଆନ୍ଦୋଳନରେ ବସୁଥିବା ମହିଳାମାନେ ମାତ୍ର ୧୦୦-୨୦୦ ଟଙ୍କାରେ ସେଠାରେ ପହଞ୍ଚି ଯାଉଛନ୍ତି।

Leave a Reply

Your email address will not be published. Required fields are marked *