Pratidin TV

Odisha's Digital News Platform

୧୦୦ ଛୁଇଁଲା କଂଗ୍ରେସ ର ଲୋକସଭା ଆସନ ..

ଚଳିତ ଲୋକସଭା ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଛି କଂଗ୍ରେସ । ହେଲେ ହାତେଇ ପାରିନଥିଲା ୧୦୦ ଆସନ । କଂଗ୍ରେସ ଏକାକୀ ଦେଶରେ ୯୯ଟି ଆସନ ଜିତିଥିଲା । ଯାହାକୁ ନେଇ ପ୍ରଧାନମନ୍ତ୍ରୀ କଟାକ୍ଷ ମଧ୍ୟ କରିଥିଲେ । ମୋଦି କହିଥିଲେ ଆଗାମୀ ୧୦ ବର୍ଷ ମଧ୍ୟରେ ବି କଂଗ୍ରେସ ୧୦୦ ଅଙ୍କ ଛୁଇଁ ପାରିବ ନାହିଁ ।

ହେଲେ କଂଗ୍ରସ ଲୋକସଭା ଆସନ ୧୦୦ ଅଙ୍କ ଛୁଇଁଛି । ଶୁକ୍ରବାର ଦିନ ମହାରାଷ୍ଟ୍ର ସାଂଗଲରୁ ସ୍ୱାଧୀନ ଭାବେ ନିର୍ବାଚନ ଜିତିଥିବା ବିଶାଳ ପାଲିଲ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି ଇଣ୍ତିଆ ମେଣ୍ଟକୁ ସମର୍ଥନ ଜଣାଇଛନ୍ତି । ଯାହା ପରେ ଲୋକସଭାରେ କଂଗ୍ରେସ ସିଟ୍ ସଂଖ୍ୟା ଶହେ ଛୁଇଁଛି ।

Leave a Reply

Your email address will not be published. Required fields are marked *