Pratidin TV

Odisha's Digital News Platform

ପିସିସି ସଭାପତି ଓ ପ୍ରଭାରୀ ତାଙ୍କ ନିଜ ଦୋଷ ଘୋଡାଇବା ପାଇଁ ମୋତେ ଦଳରୁ ବହିଷ୍କୃତ କରିଛନ୍ତି:ମାନସ ରଞ୍ଜନ ଚୌଧୁରୀ

1 min read

କଂଗ୍ରେସ ଦଳରୁ ବହିଷ୍କୃତ ହେବା ପରେ କଟକ ଜ଼ିଲ୍ଲା କଂଗ୍ରେସ ର ପୂର୍ବତନ ସଭାପତି ମାନସ ରଞ୍ଜନ ଚୌଧୁରୀ କଂଗ୍ରେସ କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସମ୍ମିଳନୀ କରି କହିଲେ ଯେ ଦୀର୍ଘ 30 ବର୍ଷ ଧରି କଂଗ୍ରେସ ଦଳରେ ମୁଁ ଜଣେ ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟ କରିଆସୁଅଛି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋତେ ବହିଷ୍କାର କରାଯାଇଛି ବୋଲି ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି । ଦଳର ଏହି କର୍ଯ୍ୟାନୁଷ୍ଠାନ ମୋତେ ବିସ୍ମିତ କରିଛି | ଓଡିଶା ରେ ଯେଉଁ ରାଜନୈତିକ ବାତାବରଣ ଥିଲା ସେଥିରୁ ସ୍ପଷ୍ଟ ଯେ ଚାଳିଶି ରୁ ଉର୍ଦ୍ଧ୍ବ ବିଧାନସଭା କ୍ଷେତ୍ର ରେ କଂଗ୍ରେସ ବିଜୟ ଲାଭ କରିଥାନ୍ତ ମାତ୍ର ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଓଡିଶା ପ୍ରଭାରୀ ଡ଼କ୍ଟର ଅଜୟ କୁମାର ବିଜୁ ଜନତା ଦଳ ପାଖରେ ମୁଣ୍ଡ ବିକିଦେଇଥିବାରୁ କଂଗ୍ରେସ କୁ ମାତ୍ର 14ଟି ଆସନ ମିଳିଲା ।ନିର୍ବାଚନ ପ୍ରଚାର ସମୟରେ ମାନ୍ୟବର ରାହୁଲ ଗାନ୍ଧୀ ଓ ମାନ୍ୟବର ମଲ୍ଲିକାର୍ଜୁନ ଖର୍ଗେ ଙ୍କ ସଭା ବ୍ୟତୀତ ଏହି ଦୁଇ ଜଣଙ୍କୁ କେଉଁଠାରେ ବି ଦେଖିବାକୁ ମିଳିଲାନାହିଁ |

80ଟି ବିଧାନସଭା ପ୍ରାର୍ଥୀ ଏବଂ 14ଟି ସାଂସଦ ପାର୍ଥୀ ଙ୍କୁ ଟଙ୍କାଟିଏ ବି ଦଳୀୟ ଫଣ୍ଡ ମିଳିଲା ନାହିଁ | ଯଦିବା ଏଆଇସିସି ସମସ୍ତ ପ୍ରାର୍ଥୀ ଙ୍କ ପାଇଁ ଦଳୀୟ ଫଣ୍ଡ ପଠାଇଥିଲେ ।ଯେଉଁ କଂଗ୍ରେସ ପ୍ରାର୍ଥୀ କଂଗ୍ରେସ କାର୍ଯ୍ୟାଳୟ ରେ କିମ୍ବା ଭୁବନେଶ୍ୱର ସ୍ଥିତ HHI ହୋଟେଲ ରେ ଡ଼କ୍ଟର ଅଜୟ କୁମାର ଙ୍କୁ ଭେଟି ଦଳୀୟ ଫଣ୍ଡ ପାଇଁ ନିବେଦନ କରିଥିଲେ ସେମାନଙ୍କୁ ଅଜୟ କୁମାର ଅତି ଅଭଦ୍ର ଭାଷା ରେ ଗାଳିଗୁଲଜ କରିଥିଲେ । ମୋର ଭୁଲ ଏତିକି ଥିଲା ଯେ କଂଗ୍ରେସ ପାର୍ଥୀ ଙ୍କୁ ସେମାନଙ୍କ ପ୍ରାପ୍ୟ ଦଳୀୟ ଫଣ୍ଡ ଦେବାକୁ ମୁଁ ଦୃଢ କଣ୍ଠ ରେ ଦାବି କରିଥିଲି । ଅନ୍ୟ ପକ୍ଷ ରେ ବହୁ ଯୋଗ୍ୟ ପାର୍ଥୀ ଙ୍କୁ ଟିକେଟ ଦେବାର 10 ଦିନ ପରେ ସେମାନଙ୍କ ଟିକେଟ କାଟି ଅନ୍ୟ ମାନଙ୍କୁ ଟିକେଟ ଦବା କାର୍ଯ୍ଯ କୁ ମୁଁ ପ୍ରତିବାଦ କରିଥିଲି | ଓଡିଶା ବାସୀ ଏବଂ ଗଣମାଧ୍ୟମ ପ୍ରତିନିଧି ନିଶ୍ଚିତ ଅନୁଭବ କରିଥିବେ ଯେ ପାଖାପାଖି 100 ଟି ସିଟ ରେ କଂଗ୍ରେସ ର ଲଢେଇ ଦୃଶ୍ୟମାନ ନଥିଲା । କାରଣ ଶାସକ ଦଳ ର ଇଂଗିତ ରେ ଉଭୟ ପିସିସି ସଭାପତି ଓ ପ୍ରଭାରୀ ପରିଚାଳିତ ହୋଇ ଏ ଭଳି ପରିସ୍ଥିତି ସୃଷ୍ଟି କରିଥିଲେ । ଓଡ଼ିଶାରେ ନିର୍ବାଚନ ପ୍ରଚାରକୁ ଅବହେଳା କରି ପ୍ରଭାରୀ ଅଜୟ କୁମାର ଓଡ଼ିଶା ବାହାରେ ଘୋଡ଼ା ଚଢ଼ାରେ ବ୍ୟସ୍ତ ଥିଲେ।

Advertisement

ବହୁ ପ୍ରାର୍ଥୀ ଙ୍କ ଠାରୁ ଟିକେଟ ପାଇଁ ଟଙ୍କା ନିଆଯାଇଥିବାର ଅଭିଯୋଗ ମଧ୍ୟ ମୋ ଦୃଷ୍ଟି କୁ ଆସିଛି। ଶାସକ ଦଳକୁ ସୁହାଇଲା ଭଳି ପ୍ରାର୍ଥୀ ଦେଲେ,ଯାହାକୁ ମୁଁ ବିରୋଧ କଲି।ସୁତରାଂ ଓଡିଶା କଂଗ୍ରେସ କୁ ଧୂଳିସାତ କରିଥିବା ପିସିସି ସଭାପତି ଓ ପ୍ରଭାରୀ ତାଙ୍କ ନିଜ ଦୋଷ କୁ ଘୋଡାଇବା ପାଇଁ ମୋତେ ଦଳରୁ ବହିଷ୍କୃତ କରିଛନ୍ତି । ମୁଁ ପିସିସି ସଭାପତି ଙ୍କ ବିନା ସହଯୋଗ ରେ ସାଲେପୁର ଠାରେ ମାନ୍ୟବର ରାହୁଲ ଗାନ୍ଧୀ ଙ୍କର ନିର୍ବାଚନୀ ସଭା କରାଇଥିଲି | ଭୁବନେଶ୍ୱର ରେ ମଧ୍ୟ ଏଆଇସିସି ସଭାପତି ସମ୍ମାନନୀୟ ମଲ୍ଲିକାର୍ଜୁନ ଖର୍ଗେ ଙ୍କର ସଭା ମୁଁ ଆୟୋଜନ କରିବା କଥା ମଧ୍ୟ ସମସ୍ତେ ଜାଣନ୍ତି | ପିସିସି ସଭାପତି ଙ୍କର ଭାରତ ଯୋଡ଼ କାର୍ଯ୍ୟକ୍ରମ ରେ ମୋର ଭୂମିକା କଣ ଥିଲା ତାହା ମଧ୍ୟ ଓଡିଶା ର କଂଗ୍ରେସ କର୍ମୀ ଜାଣିଛନ୍ତି | ଅତଏବ ଯଦି କଂଗ୍ରେସ ପ୍ରାର୍ଥୀ , କର୍ମୀ ଓ ଦଳର ସ୍ୱାର୍ଥ ପାଇଁ ମୁହଁ ଖୋଲି ମୋତେ ବହିଷ୍କାର ହେବାକୁ ପଡେ ତେବେ ଏହି କାର୍ଯ୍ୟ କୁ ମୁଁ ବାରମ୍ବାର କରିବାକୁ ପଛେଇବି ନାହିଁ |

Leave a Reply

Your email address will not be published. Required fields are marked *