Pratidin TV

Odisha's Digital News Platform

୮୭ ବର୍ଷରେ ଆଖି ବୁଜିଲେ ବିଶ୍ୱର ସର୍ବବୃହତ୍ତ ଫିଲ୍ମସିଟି ‘ରାମୋଜୀ ଫିଲ୍ମସିଟି’ର ପ୍ରତିଷ୍ଠାତା ରାମୋଜୀ ରାଓ

1 min read

ସାଉଥ ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ଆସିଛି | ତେବେ ୮୭ ବର୍ଷ ବୟସର ଇନାଡୁ ଏବଂ ରାମୋଜି ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜି ରାଓଙ୍କର ଆଜି ସକାଳେ ତେଲେଙ୍ଗାନାର ହାଇଦ୍ରାବାଦରେ ଦେହାନ୍ତ ହୋଇଛି। ହାଇଦ୍ରାବାଦର ଷ୍ଟାର ହସ୍ପିଟାଲରେ ଚିକିତ୍ସା ସମୟରେ ଖ୍ୟାତିସମ୍ପନ୍ନ ମିଡିଆ ବରୁଣ ଏବଂ ଚଳଚ୍ଚିତ୍ର ସମ୍ରାଟ ରାମୋଜି ରାଓଙ୍କର ଦେହାନ୍ତ ହୋଇଛି। ସେ ସକାଳ ୩:୪୫ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ରାମୋଜିଙ୍କ ଦେହାନ୍ତ ଖବର ପାଇବା ପରେ ସାଉଥ ଶିଳ୍ପରେ ଶୋକର ଲହରୀ ଖେଳିଯାଇଛି। ରାମୋଜି ରାଓଙ୍କ ଦେହାନ୍ତରେ ଅନେକ ସେଲିବ୍ରେଟ୍ ଏବଂ ପ୍ରଶଂସକ ଦୁଃଖଦ ପ୍ରକାଶ କରୁଛନ୍ତି।

ସୂଚନା ଅନୁଯାୟୀ, ସି.ରାମୋଜୀ ରାଓଙ୍କ ପ୍ରାର୍ଥିବ ଶରୀର ରାମୋଜୀ ଫିଲ୍ମ ସିଟି ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଛି । ସେଠାରେ ସର୍ବସାଧାରଣ ତାଙ୍କ ଶେଷ ଦର୍ଶନ କରି ପାରିବେ। ଏହାପରେ ତାଙ୍କ ଅନ୍ତିମ ସତ୍କାର କରାଯିବ । ସିନେମା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା

ତେବେ ସି.ରାମୋଜୀ ରାଓ ହେଉଛନ୍ତି ବିଶ୍ୱର ସର୍ବବୃହତ୍ତ ଫିଲ୍ମସିଟି ‘ରାମୋଜୀ ଫିଲ୍ମସିଟି’ର ପ୍ରତିଷ୍ଠାତା । ନିଜ ଜମିରେ ସେ ‘ରାମୋଜୀ ଫିଲ୍ମସିଟି’ର ନିର୍ମାଣ କରାଇଥିଲେ। ଏଠାରେ ବହୁ ବିଶ୍ୱସ୍ତରୀୟ ଫିଲ୍ମର ସୁଟିଂ ହୋଇଛି। ‘ରାମୋଜୀ ଫିଲ୍ମସିଟି’ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ। ଦେଶ ତଥା ଦେଶ ବାହାରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ସେ ୧୯୮୩ ମସିହାରେ ଫିଲ୍ମ ନିର୍ମାଣ କମ୍ପାନୀ ‘ଉଷାକିରଣ ମୁଭିଜ’ର ସ୍ଥାପନା କରିଥିଲେ। ମସିହାରେ ଫିଲ୍ମ ନିର୍ମାଣ କମ୍ପାନୀ ‘ଉଷାକିରଣ ମୁଭିଜ’ର ସ୍ଥାପନା କରିଥିଲେ। ବିଭିନ୍ନ କ୍ଷେତ୍ରରେ ନିଜ ପାରଦର୍ଶୀତା ନିମନ୍ତେ ସେ ୪ଟି ଫିଲ୍ମ ଫେୟାର ପୁରସ୍କାର ଓ ଏକ ରାଷ୍ଟ୍ରୀୟ ଫିଲ୍ମ ଫେୟାର ପୁରସ୍କାର ପ୍ରାପ୍ତ କରିଥିଲେ।

ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାର ପେଦାପରୁପୁଡି ଗାଁରେ ଏକ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ରାମୋଜୀ ରାଓ ନିଜ କଠିନ ଅଧ୍ୟବସାୟ ବଳରେ ସେ ଶିକ୍ଷା, ଖାଦ୍ୟ ତଥା ହୋଟେଲ ବ୍ୟବସାୟରେ ବି ପ୍ରତିଷ୍ଠିତ ହୋଇ ପାରିଥିଲେ |

Leave a Reply

Your email address will not be published. Required fields are marked *