Pratidin TV

Odisha's Digital News Platform

ଦଶହରାରେ ଜାଣନ୍ତୁ ଜୀବନର ୩ଟି ମହାଜ୍ଞାନ , ମରିବା ସମୟରେ ଏହି ୩ଟି କଥା ଲକ୍ଷଣଙ୍କୁ କହିଥିଲେ ରାବଣ

1 min read

ଭୁୁବନେଶ୍ୱର : ଆଜି ପୁରା ଦେଶବ୍ୟାପି ଦଶହରା ପାଳନ କରାଯାଉଛି । କାହିଁକି ନା ଆମ ପୁରାଣ ଅନୁଯାୟୀ ଆଜିର ଦିନରେ ମନ୍ଦ/ଖରାପ ଶକ୍ତି ଉପରେ ସତ୍ୟ/ଭଲ ଶକ୍ତିର ବିଜର ହୋଇଥିଲା । ଏହି ଦିନରେ ହିଁ ରାବଣ ନାମକ ଅସୁରକୁ ବଦ୍ଧ କରିଥିଲେ ପ୍ରଭୁ ରାମଚନ୍ଦ୍ର । କାହିଁକି ନା ଆମେ ସମସ୍ତେ ଜାଣୁ ଯେ ରାବଣ ଜଣେ ଅସୁର ଆଉ ସେ ମାତା ସୀତାଙ୍କୁ ହରଣ କରିନେଇଥିଲା । ଯେଉଁଥିପାଇଁ ତାର ମୃତ୍ୟୁ ନିଶ୍ଚିତ ଥିଲା । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ରାବଣ ଜଣେ ମହାନ ଜ୍ଞାନୀ ତଥା ବିଦ୍ୱାନ ଥିଲେ । ସେ ସାରସ୍ୱତ ବ୍ରାହ୍ମଣପୁଲସ୍ୟ ଋଷି ବିଶ୍ରବାଙ୍କ ଏବଂ କେକସୀଙ୍କ ପୁତ୍ର ଥିଲେ । ଅର୍ଥାତ୍ ରାବଣ ମଧ୍ୟ ଜଣେ ବ୍ରାହ୍ମଣ ଥିଲେ । ସେ ୩ ବେଦକୁ ଏକାଥରେ ଉଚ୍ଚାରଣ କରିବାର କ୍ଷମତା ରଖୁଥିଲେ ।

ତେବେ ସୀତାଙ୍କୁ ଲଙ୍କାରୁ ଫେରାଇ ଆଣିବା ଯୁଦ୍ଧରେ ରାମ ରାବଣଙ୍କୁ ବଦ୍ଧ କରିଥିଲେ । ଠିକ୍ ସେହି ସମୟରେ ରାମ ଲକ୍ଷଣଙ୍କୁ ଡାକି ରାବଣ ବିଷୟରେ କହିଥିଲେ । ଯେ ରାବଣ ମହାନ ପଣ୍ଡିତ ଏବଂ ବିଦ୍ୱାନ ସହ ନୀତି ଏବଂ ଶକ୍ତିର ମହାନ ଜ୍ଞାନୀ ଅଟେ । ତାଙ୍କ ଶେଷ ସମୟରେ କିଛି ଜ୍ଞାନ ତାଙ୍କ ପାଖରୁ ମନେରଖିଥାଓ । ଯାହା ଆଗକୁ ତୁମ ଜୀବନରେ କାମ ଆସିବ । ଏହାପରେ ଲକ୍ଷଣ ବଡଭାଇ ରାମଙ୍କ କଥା ମାନି ରାବଣଙ୍କ ପାଦ ପାଖରେ ଯାଇ ବସିଯାଇଥିଲେ । ଏହିସମୟରେ ରାବଣ ଲକ୍ଷଣଙ୍କୁ ଜୀବନର ୩ ଟି ଅମୁଲ୍ୟ କଥା କହିଥିଲେ । ଚାଲନ୍ତୁ ଜାଣିବା ତାହା କଣ ଥିଲା ।

Advertisement

୧- ପ୍ରଥମରେ ରାବଣ ଲକ୍ଷଣଙ୍କୁ କହିଥିଲେ ଯେ , ଯଦି ଆମକୁ ଜୀବନରେ କିଛି ସୁଭ କାମ କରିବାକୁ ଭାବୁଛନ୍ତି, ତେବେ ସମୟ ନଷ୍ଟ ନକରି ତାକୁ ତୁରନ୍ତ କରିନେବା କଥା । ସେହି କାର୍ଯ୍ୟକୁ କରିବା ନିମନ୍ତେ ଅଧିକ ଦିନ ଅପେକ୍ଷା କରିବା ଜମା ଉଚିତ୍ ନୁହେଁ । କାରଣ ଜୀବନ ମୃତ୍ୟୁ ଚକ୍ର ଭିତରେ ଆମକୁ ମୃତ୍ୟୁ କେତେବେଳେ ଗ୍ରାସ କରିବ ତାହା ଜଣାନାହିଁ ।

୨-ଦ୍ୱିତୀୟ ଏବଂ ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ମଣିଷକୁ ତା ଶତ୍ରୁ ଏବଂ ରୋଗକୁ କେତେବେଳେ ବି ଛୋଟ ଭାବିବା କଥା ନୁହେଁ । ବେଳେ ବେଳେ ଆମେ ଛୋଟ ଛୋଟ ରୋଗ/ବ୍ୟାଧିକୁ ଅଣଦେଖା କରିଦେଉ ଯାହା ପରବର୍ତ୍ତି ସମୟରେ ପ୍ରାଣଘାତି ହୋଇଥାଏ ।

୩- ତୃତୀୟ ଏବଂ ଶେଷ ଜ୍ଞାନ ଯାହା ରାବଣ ଲକ୍ଷଣଙ୍କୁ କହିଥିଲେ , ନିଜ ଜୀବନର କିଛି ବି ବ୍ୟକ୍ତିଗତ କିମ୍ବା ଗୁପ୍ତ କଥା କାହା ସମ୍ମୁଖରେ ବି ପ୍ରକାଶ କରିବା କଥା ନୁହେଁ । ସିଏ ତୁମ ଜୀବନର ଯେତେ ପ୍ରିୟ ଲୋକ ହେଉନା କାହିଁକି ନିଜ ବ୍ୟକ୍ତିଗତ କଥା କାହାକୁ କହିବା ଉଚିତ୍ ନୁହେଁ । କାହିଁକି ନା ରାବଣ ନିଜ ଭାଇ ବିଭୀଷଣଙ୍କୁ ତାଙ୍କ ମୃତ୍ୟୁର ରହସ୍ୟ କହିଥିଲେ । ଯାହା ପରବର୍ତ୍ତି ସମୟରେ ବିଭୀଷଣ ରାମଙ୍କୁ କହିଥିଲେ । ଫଳରେ ରାବଣର ଅନ୍ତ ଘଟିଥିଲା ।

Leave a Reply

Your email address will not be published. Required fields are marked *