Pratidin TV

Odisha's Digital News Platform

ବିମାନ ଦୁର୍ଘଟଣାରେ ପୂର୍ବତନ ମହାକାଶଚାରୀ ଓ୍ବିଲିୟମ ଆଣ୍ଡର୍ସଙ୍କ ପରଲୋକ ..

1 min read

ଆସିଲା ଦୁଃଖଦ ବିମାନ ଦୁର୍ଘଟଣା ଚାଲିଗଲା ପୂର୍ବତନ ମହାକାଶଚାରୀଙ୍କ ର ଜୀବନ। ଆପୋଲୋ ୮ର ପୂର୍ବତନ ମହାକାଶଚାରୀ ଅବସରପ୍ରାପ୍ତ ମେଜର ଜେନେରାଲ ୱିଲିୟମ ଆଣ୍ଡର୍ସ ବିମାନ ଦୁର୍ଘଟଣାରେ ମୃତ୍ୟୁହୋଇଛି । ଉଲେଖଯୋଗ୍ୟ  ସେ ଯେଉଁ ବିମାନ ଚଳାଉଥିଲେ ସେହି ବିମାନଟି ଦୁର୍ଭାଗ୍ୟବଶତଃ  ଉଡିବା ପରେ ପାଣିରେ ପଡ଼ିଯାଇଥିଲା। ଏବଂ ସେହି ଦୁର୍ଘଟଣା ରେ ତାଙ୍କର ମୃତ୍ୟ ହୋଇଥିବା କୁହାଯାଉଛି ।    ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ତାଙ୍କ ପୁଅ ମଧ୍ୟ  ଅବସରପ୍ରାପ୍ତ ବାୟୁସେନା ଲେଫ୍ଟନେଣ୍ଟ କର୍ଣ୍ଣେଲ ଗ୍ରେଗ ଆଣ୍ଡର୍ସ ଆସୋସିଏଟେଡ ସୂଚନା ଦେଇ ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି।

 ସୂଚନାଯୋଗ୍ୟ, ୧୯୬୮ରେ ଅବସରପ୍ରାପ୍ତ ମେଜର ଜେନେରାଲ ୱିଲିୟମ ମହାକାଶରୁ ପ୍ରଥମ ‘ଆର୍ଥ୍ରାଇଜ’ ଫଟୋ ଉଠାଇ ପୃଥିବୀକୁ ଛାଇ ନୀଳ ମାର୍ବଲ (ନୀଳ ରଙ୍ଗର ଫଟୋ) ଭାବରେ ଦର୍ଶାଇଥିଲେ। ସେ ଉଠାଇଥିବା ଫଟୋ ବିଷୟରେ ୱିଲିୟମ ଆଣ୍ଡର୍ସ କହିଥିଲେ ଯେ ସ୍ପେସ ପ୍ରୋଗ୍ରାମ ପାଇଁ ଏହି ଫଟୋ ହେଉଛି ବେଶ ଗୁରୁତ୍ୱପୂର୍ଣ୍ଣ ଅବଦାନ। ମହାକାଶରୁ ଦେଖାଯାଇଥିବା ପୃଥିବୀର ପ୍ରଥମ ରଙ୍ଗିନ ଫଟୋ ହେଉଛି ସେ ଉଠାଇଥିବା ଫଟୋ, ଆଧୁନିକ ଇତିହାସର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଫଟୋ କାରଣ ଏହା ମନୁଷ୍ୟର ଗ୍ରହକୁ ଦେଖିବାରେ ପରିବର୍ତ୍ତନ କରିଥିଲା। ପୃଥିବୀ ମହାକାଶରୁ କେତେ ଦୁର୍ବଳ ଏବଂ ବିଚ୍ଛିନ୍ନ ଦେଖାଯାଉଛି ତାହା ଦର୍ଶାଇ ଏହି ଫଟୋ ବିଶ୍ୱର ପରିବେଶ ଆନ୍ଦୋଳନକୁ ଉତ୍ସାହିତ କରିଛି।

Advertisement

Leave a Reply

Your email address will not be published. Required fields are marked *