ଏନ୍ସିଏଲଟିର ନିର୍ଦ୍ଦେଶ , ଏୟାର ଇଣ୍ଡିଆ ସହ ମିଶିଯିବ ଭିସ୍ତାରା ,
1 min readଏୟାର ଇଣ୍ଡିଆ ସହ ମିଶିଯିବ ଭିସ୍ତାରା । ମିଶ୍ରଣକୁ ଜାତୀୟ କମ୍ପାନୀ ଆଇନ ଟ୍ରିବୁନାଲ (ଏନ୍ସିଏଲଟି) ଅନୁମୋଦନ ଦେଇଛି। ଯାହାଫଳରେ ଉଭୟ ଟାଟା ଗ୍ରୁପ୍ ବିମାନସେବା ସଂସ୍ଥାର ମିଶ୍ରଣରେ ଆଉ ଏକ ପାଦ ଆଗକୁ ବଢିଛି । ପ୍ରଥମେ ୨୦୨୨ ନଭେମ୍ବରରେ ଏହି ମିଶ୍ରଣ ନେଇ ଘୋଷଣା ହୋଇଥିଲା। ଭିସ୍ତାରାର ୪୯% ଅଂଶଧନ ସିଙ୍ଗାପୁର ଏୟାରଲାଇନ୍ସ ଅଧୀନରେ ଥିବା ବେଳେ ଏୟାର ଇଣ୍ଡିଆ ସହ ମିଶ୍ରଣ ପରେ ସିଙ୍ଗାପୁର ଏୟାରଲାଇନ୍ସକୁ ୨୫.୧% ଅଂଶଧନ ମିଳିବ।
ଏଥିସହ ଏନ୍ସିଏଲଟି ଏହା ମଧ୍ୟ ନିର୍ଦେଶ ଦେଇଛି ଯେ ୯ ମାସ ମଧ୍ୟରେ ଏୟାର ଇଣ୍ଡିଆ ଏହି ମିଶ୍ରଣ ପ୍ରକ୍ରିୟା ଶେଷ କରିବ। ଚଳିତବର୍ଷ ଶେଷ ସୁଦ୍ଧା ଏହି ମିଶ୍ରଣ ପ୍ରକ୍ରିୟା ଶେଷ ହେବ ବୋଲି ଏୟାର ଇଣ୍ଡିଆ ସିଇଓ କାମ୍ପବେଲ୍ ୱିଲ୍ସନ କହିଛନ୍ତି। ନିକଟରେ ଏୟାର ଇଣ୍ଡିଆ ଗ୍ରୁପ୍ର ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଓ ଏୟାର ଏସିଆ ଇଣ୍ଡିଆ ୪୭୦ ବିମାନ ପାଇଁ ଅର୍ଡର ଦେଇଛନ୍ତି। ତେବେ ଏୟାର ଇଣ୍ଡିଆ ଏବଂ ଦୁଇ ଭିସ୍ତାରା ର ମିଶ୍ରଣ ପରେ ବିମାନ ଚଳାଚଳ ଆହୁରି ସୃଦୁଢ ହୋଇଯିବ ବୋଲି କୁହାଯାଉଛି ।