Pratidin TV

Odisha's Digital News Platform

କିଶୋରୀ ଲାଲଙ୍କ ସ୍ତ୍ରୀ କଲେ ସୋନିଆଙ୍କ ପ୍ରଶଂସା , କହିଲେ ଜନ୍ମ ଦେଇଛ ଗୋଟେ ବାଘ ଛୁଆ ..

1 min read

ବିଜେପି ହେବିୱେଟ ନେତା ସ୍ମୃତି ଇରାନୀଙ୍କୁ ହରାଇ ଆମେଠିରୁ ନବନିର୍ବାଚିତ ସାଂସଦ କିଶୋରୀ ଲାଲ ଶର୍ମା ଆଜି ଗାନ୍ଧୀ ପରିବାରକୁ ଭେଟିଥିଲେ । କେ.ଏଲ୍ ଶର୍ମା ଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ଗାନ୍ଧୀ ପରିବାରକୁ ଭେଟି ବାକୁ ଯାଇଥିଲେ ।  ଗାନ୍ଧୀ ପରିବାରରେ ପହଂଚି ପତ୍ନୀଙ୍କୁ ଗାନ୍ଧୀ ପରିବାର ସହିତ ପରିଚିତ କରାଇଥିଲେ | ତାଙ୍କ ପତ୍ନୀ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ  କହିଥିଲେ ଯେ ସେ ଏକ ବାଘକୁ ଜନ୍ମ ଦେଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। 

ଭାଇରଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଆମେଠିରୁ ନବ ନିର୍ବାଚିତ ସାଂସଦ କେ.ଏଲ୍ ଶର୍ମା ଏବଂ ତାଙ୍କ ପତ୍ନୀ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଆସିଛନ୍ତି ଏବଂ ଠିକ ସେତିକିବେଳେ ତାଙ୍କ ପତ୍ନୀ କହିଛନ୍ତି ଯେ ଆପଣ ଏକ ବାଘ ଜନ୍ମ ଦେଇଛନ୍ତି ଏବଂ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ସୋନିଆ ଗାନ୍ଧୀ କହିଛନ୍ତି ହଁ , କାରଣ ମୁଁ ଜଣେ ବାଘୁଣୀ | ବର୍ତ୍ତମାନ ଏହି ଭିଡିଓ  ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି | ଭିଡିଓ ସେୟାର କରିବାବେଳେ କଂଗ୍ରେସ ଏକ୍ସରେ ଲେଖିଛି ଯେ ଆମେଠି-ରାଏବରେଲିଙ୍କ ସହ କଂଗ୍ରେସର ଅତୁଟ ସମ୍ପର୍କ ରହିଛି। ଏହି ସମ୍ପର୍କ ସର୍ବଦା ସେବା ଏବଂ ଉତ୍ସର୍ଗୀକୃତ ହୋଇଆସୁଛି |

Advertisement

Leave a Reply

Your email address will not be published. Required fields are marked *