Pratidin TV

Odisha's Digital News Platform

କାଳ ହେଲା କାଳବୈଶାଖୀ: ପବନରେ ଭାଙ୍ଗିଗଲା ଘର ଜଣେ ଆହତ..

1 min read

ଗତକାଲି ସନ୍ଧ୍ୟା ସମୟରେ ଅଦିନିଆ କାଳବୈଶାଖି ତାଣ୍ଡବରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଡ଼ୁମେଲ ଗ୍ରାମର ଗୌଡ଼ ସାହିର ଦିନବନ୍ଧୁ ଗୌଡ଼ଙ୍କ ଝାଟିମାଟି କୁଡ଼ିଆ ଘର ସମ୍ପୂର୍ଣ ଭାଙ୍ଗିଯାଇଛି । ଦିନବନ୍ଧଙ୍କ ପତ୍ନୀ ସିଚିତାଗୌଡ଼ ସବୁଦିନପରି ଗତକାଇ ସନ୍ଦ୍ୟା ସମୟରେ ରୋଷେଇ କରୁଥିବା ସମୟରେ ହଟାତ କାଳ ବୈଶାଖି ଝୋଡ଼ତଫାନ ହୋଇଥିବାରୁ ଚାଳ ଛପର କୁଡ଼ିଆରେ ରହୁଥିବା ଚାଳ ଘର ଭାଙ୍ଗି ଚାଳ ଚାପି ହୋଇ ସୁଚିତା ଗୌଡ଼ ସହିତ ଦୁଇବର୍ଷର ଝିଅ ଚାଳ ଛପର ଭିତରେ ଚାପିହୋଇ ରହିଥିଲେ ।

ଏହାପରେ ଗ୍ରାମବାସୀ ଘଟଣା ସ୍ଥଳରେ ପହଁଞ୍ଚି ଚାଳ ଛପର ଚାପିହୋଇ ରହିଥିବା ମା ଶିଶୁକୁ ଉଦ୍ଧାର କରିଥିଲେ । ସୁଚିତାଗୌଡ଼ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରତର ରହିଥିବାବେଳେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଠିକରହିଥିବା ଜଣାପଡିଛି। ତେବେ ବର୍ତ୍ତମାନ ସରକାରୀ ସହାୟତା ଯୋଗାଇ ଦେବାପାଇଁ ପରିବାର ଲୋକଙ୍କ ସହିତ ଗ୍ରାମବାସୀ ମଧ୍ୟ ଦାବି କରିଛିନ୍ତି ।

Advertisement

Leave a Reply

Your email address will not be published. Required fields are marked *