Pratidin TV

Odisha's Digital News Platform

ଜେଡିୟୁ ନେତାଙ୍କ ବୟାନ , ନୀତୀଶ କୁମାରଙ୍କୁ ମିଳିଥିଲା ପ୍ରଧାନମନ୍ତ୍ରୀ ଅଫର..

1 min read

ମୋଦିଙ୍କ ପୂର୍ବରୁ ନିତୀଶଙ୍କୁ ମିଳିଥିଲା ପ୍ରଧାନମନ୍ତ୍ରୀ ଅଫର । ଯେଉଁ ଖବର ସାମ୍ନାକୁ ଆସିବା ପରେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି  । କେନ୍ଦ୍ରରେ ସରକାର ଗଠନ ପୂର୍ବରୁ ଜେଡିୟୁ ନେତା କେସି ତ୍ୟାାଗିଙ୍କ ଏହି ବୟାନ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ଏକ ସାକ୍ଷାତକାର ରେ କହିଛନ୍ତି ଯେ ଯେ ନିର୍ବାଚନ ଫଳାଫଳ ବାହାରିବା ପରେ ନୀତୀଶଙ୍କୁ ଇଣ୍ଡିଆ  ମିଳିତ ମଞ୍ଚର ନେତାମାନେ ପ୍ରଧାନମନ୍ତ୍ରୀ ପଦ ଅଫର କରିଥିଲେ, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ଛୁଇଁବାରେ ବିଫଳ ହୋଇଛି। ତେବେ ଏନଡିଏ ସରକାର ଗଠନ ପାଇଁ ଜେଡିୟୁ ଏବଂ ଟିଡିପି ବିଜେପିକୁ ସମର୍ଥନ କରିଛନ୍ତି। ନିର୍ବାଚନରେ ଜେଡିୟୁ ୧୨ ଟି ଲୋକ ସଭା ଆସନ ପାଇଛି। ଯେଉଁଠାରେ ଟିଡିପି ୧୬ଟି ସିଟ ପାଇଛି। I.N.D.I.A ର ସୂତ୍ରଧର ଥିବା ନୀତୀଶ କୁମାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ଏହି ଏନଡିଏ ସରକାରକୁ ସମର୍ଥନ କରିବେ। କେସି ତ୍ୟାଗି ଆହୁରି ମଧ୍ୟ କହିଛନ୍ତି ଯେ ନୀତୀଶ କୁମାରଙ୍କୁ ଇଣ୍ଡିଆ ସହଯୋଗୀ ଦଳର ନେତାଙ୍କ ସହ ହୋଇଥିବା ଅସଦାଚରଣ ଯୋଗୁଁ ସେ ବିରୋଧୀଙ୍କ ସହ ସମ୍ପର୍କ ଛିନ୍ନ କରିଛନ୍ତି। ଏଥି ସହିତ ବିଜେପି ଜେଡିୟୁକୁ ସମ୍ମାନ ଦେଉଛି।

Leave a Reply

Your email address will not be published. Required fields are marked *