Pratidin TV

Odisha's Digital News Platform

ୱାୟନାଡ୍‌ ଛାଡ଼ି ରାୟବରେଲି ରଖିବେ ରାହୁଲ ଗାନ୍ଧୀ !

ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧି ତ୍ତର ପ୍ରଦେଶର ରାଏବରେଲୀ ଓ କେରଳର ୱାୟନାଡ ଆସନରୁ ଜିତିଛନ୍ତି। ଏହି ଦୁଇ ଆସନ ମଧ୍ୟରୁ ତାଙ୍କୁ ଗୋଟିଏ ଛାଡ଼ିବାକୁ ପଡ଼ିବ।

ଏହାକୁ ନେଇ ଉଭୟ ନିର୍ବାଚନ ମଣ୍ଡଳୀର ଲୋକ ଦ୍ୱନ୍ଦ୍ୱରେ ଥିବା ବେଳେ ରାହୁଲ ତାଙ୍କ ୱାୟନାଡ ଆସନ ଛାଡ଼ିବେ ବୋଲି ଜଣାପଡ଼ିଛି। ତେବେ ଏହା ଉପରେ ରାହୁଲ ଗାନ୍ଧି ନିଜେ ଜୁନ ୧୭ ପୂର୍ବରୁ ଘୋଷଣା କରିବେ।

ତେବେ ନିୟମ ଅନୁଯାୟୀ ସେ ଗୋଟିଏ ସ୍ଥାନର ସାଂସଦ ରହିପାରିବେ। ନିର୍ବାଚନରେ ଜିତିବା ପରେ ରାହୁଲ କେଉଁ ଆସନରୁ ସାଂସଦ ରହିବେ ଜାଣିବାକୁ ଜନସାଧାରଣ ଆଗ୍ରହ ପ୍ରକାଶ କରିଥିଲେ । ବର୍ତ୍ତମାନ ଏ ବାବଦରେ ନିଷ୍ପତ୍ତି ନିଆଯାଇଛି। ରାହୁଲ ଗାନ୍ଧୀ ୱାୟନାଦ ଛାଡି ରାଏବରେଲୀ ସାଂସଦ ହେବେ । ଏଥିପାଇଁ ରାଜ୍ୟ ନେତୃତ୍ବ ହାରା କେନ୍ଦ୍ରୀୟ କମିଟି ନିକଟକୁ ଏକ ପ୍ରସ୍ତାବ ପଠାଯାଉଛି।

ଲୋକସଭା ନିର୍ବାଚନରେ ରାଏବରେଲୀ ଏବଂ ୱାୟନାଡ ଆସନରେ ଏକ ବୃହତ ବିଜୟ ପଞ୍ଜିକରଣ କରିବା ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ୨ଟି ଆସନ ମଧ୍ୟରୁ କେଉଁଟି ବଜାୟ ରଖିବେ ତାହା ସେ ସ୍ଥିର କରିନାହାନ୍ତି। ତେବେ ଜୁନ୍‌ ୧୭ରେ ଏ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା କରାଯିବ।

Leave a Reply

Your email address will not be published. Required fields are marked *