Pratidin TV

Odisha's Digital News Platform

ମାଁଙ୍କ ବିସର୍ଜନରେ ଅଘଟଣା : ଭାସିଗଲେ ୫୦ ରୁ ଉର୍ଦ୍ଧ ବ୍ୟକ୍ତି ଏବଂ ମୃତକଙ୍କ ମଧ୍ୟରେ ୮ ଜଣ

1 min read

କୋଲକାତା : ଦୀର୍ଘ ୨ ବର୍ଷ ପରେ ପାର୍ବଣରେ ମାଁଙ୍କ ଆଗମାନରେ ଖୁସିରେ ନାଚିଉଠିଥିଲେ ଦେଶବାସୀ । କୋରାନାର କାଳକାୟାରୁ ବଞ୍ଚି ବେସ ଧୁମଧାମରେ ଏଥର ଉତ୍ସବମୁଖ ହୋଇପଡିଥିଲେ ଭକ୍ତଗଣ । ତେବେ ମାଙ୍କ ପର୍ଦାପଣରୁ ଆରମ୍ଭ କରି ବିସର୍ଜନ ପର୍ଯ୍ୟନ୍ତ ଲୋକମାନଙ୍କୁ ବେସ୍ ଆନନ୍ଦିତ ଓ ଉତ୍ସାହିତ ନଜର ଆସନ୍ତି । ସେହିଭଳି ଗତକାଲି ରାତିରେ ମାଁଙ୍କ ବିସର୍ଜନ ସମୟରେ ଘଟିଯାଇଛି ଏକ ବଡ ଧରଣର ଲୋମହ୍ରାର୍ଷକର ଘଟଣା ।

ସୂଚନା ଅନୁଯାୟୀ ଘଟଣାଟି ପଶ୍ଚିମବଙ୍ଗର ଜାଲପାଇଗୁଡି ଜିଲ୍ଲାରେ ଘଟିଛି । ଗତକାଲି ବିଜୟା ଦଶମୀରେ ଜାଲପାଇଗୁଡି ଜିଲ୍ଲାର ମାଲ ନଦୀକୁ କିଛି ଲୋକ ମାଁଙ୍କୁ ବିସର୍ଜନ କରି ବୁଡ ପକାଇବାକୁ ନଦୀକୁ ଯାଇଥିଲେ । ଠିକ୍ ସେହି ସମୟରେ ନଦୀରରେପ୍ରାକର ସ୍ରୋତ ଆସିବାରୁ ପାକାପାଖି ୫୦ ରୁ ଉର୍ଦ୍ଦ ଲୋକେ ଭାସିଯାଇଥିଲେ । ସୂଚନା ପାଇ ଅଗ୍ନିଶମବାହୀନି ଟିମ୍ ସେଠାରେ ପହଞ୍ଚି ଉର୍ଦ୍ଦାର କାର୍ଯ୍ୟ ଆରମ୍ଭ କରିଦେଇଥିଲା ।

Advertisement

ଘଟଣାସ୍ଥଳରୁ ପ୍ରାୟ ୫୦ ଜଣଙ୍କୁ ଉର୍ଦ୍ଧାର କରିଥିଲା ଅଗ୍ନିଶମବାହୀ କିନ୍ତୁ ଦୁଭାଗ୍ୟ ବସତ ସେମାନଙ୍କ ମଧ୍ୟରୁ ପ୍ରାୟ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ଆହୁରି ଅନେକ ଲୋକ ନିଖୋଜ ଥିବାରୁ ସେମାନଙ୍କୁ ଖୋଜାଖୋଜି କରୁଛି ଉଦ୍ଧରକାରୀ ଦଳ । ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡିଆରଏଫ୍, ଏସଡିଆରଏଫ୍, ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆଗକୁ ଏହି ମୃତ୍ୟୁ ସଂଖ୍ୟ ଆହୁରି ବଢିପାରେ ବୋଲି କହିଛି ପୋଲିସ । ତେବେ ମାଙ୍କ ବିସର୍ଜନରେ ଏଭଳି ଏକ ଅଭାବନୀୟ ଘଟଣା ଘଟି ଅ।ଖପାଖ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି କରିଦେଇଛି ।

Leave a Reply

Your email address will not be published. Required fields are marked *