Pratidin TV

Odisha's Digital News Platform

ଓଡିଶାର କିଏ ମୁଖ୍ୟମନ୍ତ୍ରୀ ହେବେ, ସେନେଇ ବାୟୋଡାଟା ଯାଞ୍ଚ

1 min read

ରାଜ୍ୟରେ ବିଜେପିର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀଙ୍କ ହେବା ତାହା ଜୋରସୋରରେ ଚର୍ଚ୍ଚା ଧରିଛି | ମନ୍ତ୍ରିମଣ୍ଡଳରେ କେଉଁ କେଉଁ ବିଧାୟକ ସାମିଲ ହେବେ ତାହାକୁ ନେଇ ମଧ୍ୟ ସମସ୍ତଙ୍କ ମନରେ ପ୍ରଶ୍ନ |ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସସ୍ପେନ୍ସ ଲାଗି ରହିଥିବା ବେଳେ ମନ୍ତ୍ରିମଣ୍ଡଳରେ କେଉଁମାନେ ସ୍ଥାନ ପାଇବେ ତାହାକୁ ନେଇ ନେତାଙ୍କ ଵୟୋଡ଼ାଟା ଯାଞ୍ଚ ହୋଇଯାଇଛି |

ମନ୍ତ୍ରୀ ହେବାର ଆଧାର ରହିଛି, ନିର୍ମଳ ଭାବମୂର୍ତ୍ତି, ଅପରାଧିକ ପୃଷ୍ଠଭୂମି ନ ଥିବା ପ୍ରଶାସନିକ ଦକ୍ଷତା, ଲୋକ ସମ୍ପର୍କ ଆଧାରରେ ମନ୍ତ୍ରୀମଣ୍ଡଳରେ ଆଧାର ପାଇବେ | ଅଭିଜ୍ଞତା ସମ୍ପୂର୍ଣ୍ଣ ବିଧାୟକ ଭାବେ ହେଭିୱେଟ ସୁରେଶ ପୂଜାରୀ କେଭି ସିଂ ଦେଓ, ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ରବି ନାୟକ, ସୁରମା ପାଢ଼ୀ ଥିବା ବେଳେ ନୂଆ ମୁହଁ ଭାବେ ଚର୍ଚ୍ଚାରେ ଥିବା ନାଁ ପୃଥ୍ଵୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୁରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ୱାଇଁ, ସନାତନ ବିଜୁଳି, ଆମର ନାୟକ, ବିଭୁତି ଜେନା, ସିଦ୍ଧାନ୍ତ ମହାପାତ୍ର, ଡାକ୍ତର ମୁକେଶ ମହାଲିଙ୍ଗ, ଅଶ୍ୱିନ ଷଡ଼ଙ୍ଗୀ, ଭଳି ସମସ୍ତ ନେତାଙ୍କୁ କେନ୍ଦ୍ର ପକ୍ଷରୁ ନିଯୁକ୍ତି କରିବା ପରେ ୧0 ତାରିଖ ସକାଳୁ ବସିବ ବିଜେପି ବିଧାୟକ ଦଳର ବୈଠକ | ସାଂସଦ ବୋର୍ଡ ବୈଠକର ସୁପରିସ ସହ ବିଧାୟକ ଦଳ ବୈଠକରେ ସର୍ବ ସମ୍ମତି କ୍ରମେ ସ୍ଥିର ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ | ଏପଟେ ଅନେକ ହେଭିୱେଟ ନେତାଙ୍କ ଯାଞ୍ଚ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଖୁବ ଚର୍ଚ୍ଚା |

Advertisement

Leave a Reply

Your email address will not be published. Required fields are marked *