Pratidin TV

Odisha's Digital News Platform

ଆସନ୍ତା ୧୧ରୁ ଆରମ୍ଭ ହେବ ଫିଫା ମହିଳା ବିଶ୍ୱକପ୍ ଫାଇଟ୍ , ଏହି ସ୍ଥାନରେ ଖେଳାଯିବ ମ୍ୟାଚ୍ ଗୁଡିକ

1 min read

ଭୁବନେଶ୍ୱର : ଚଳିତ ମାସ ୧୧ ତାରିଖରୁ ଆରମ୍ଭ ହେବ ୧୭ ବର୍ଷରୁ କମ ମହିଳା ଫିଫା ବିଶ୍ୱକପ୍ ମ୍ୟାଚ୍ । ତେବେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ । ଏନେଇ ଗତକାଲି ଅର୍ଥାତ୍ ଅକ୍ଟୋବର ୫ ତାରିଖ ଦିନ ବ୍ରାଜିଲ ଟିମ୍ ଭୁବନେଶ୍ୱରରେ ଆସି ପହଞ୍ଚିଥିବା ବେଳେ , ଆଜି ମରକୋ ଟିମ୍ ଆସି ପହଞ୍ଚିଯାଇଛି । ୧୧ ତାରିଖ ଦିନ ସାଢ଼େ ୪ଟାରେ ମରୋକ୍କୋ ଟିମ୍ ସହ ଅଭିଯାନ ଆରମ୍ଭ କରିବ ବ୍ରାଜିଲ୍ ଟିମ୍। ଏପଟେ ଅଣ୍ଡର-୧୭ ଫିଫା ବିଶ୍ୱକପ୍ ପାଇଁ ୨୧ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି ।

ଆସନ୍ତା ୧୧ ତାରିଖରେ ଆମେରିକା ବିପକ୍ଷରେ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ । ପରେ ୧୪ ତାରିଖରେ ମରୋକ୍କୋ ଓ ୧୭ରେ ବ୍ରାଜିଲକୁ ଭେଟିବ ଟିମ୍ ଇଣ୍ଡିଆ। ସୂଚନା ଅନୁଯାୟୀ, ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପର ତିନିଟି ମ୍ୟାଚ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।
ତେବେ ମ୍ୟାଚଗୁଡ଼ିକ ଅକ୍ଟୋବର ୧୧, ୧୪ ଏବଂ ୧୭ ତାରିଖରେ ଖେଳାଯିବ ।

Advertisement

ଗୋଆରେ ଉଭୟ ସେମିଫାଇନାଲ୍ ଖେଳାଯିବାକୁ ଥିଲା ବେଳେ ମେଗା ଫାଇନାଲ୍ ଅକ୍ଟୋବର ୩୦ ତାରିଖରେ ନବୀ ମୁମ୍ବାଇଠାରେ ଆୟୋଜିତ ହେବ । ସଂପୂର୍ଣ୍ଣ ପ୍ରତିଯୋଗିତା ଭୁବନେଶ୍ୱର, ଗୋଆ ଏବଂ ନବୀ ମୁମ୍ବାଇ ଭଳି ତିନିଟି ସ୍ଥାନରେ ହିଁ ଖେଳାଯିବ ।

Leave a Reply

Your email address will not be published. Required fields are marked *