Pratidin TV

Odisha's Digital News Platform

ଖବର ବାଜିଲା ସହାୟତା ର ହାତ ବଢ଼ିଲା  , ବିଧବା ହୁଈକା ମାଝିବାଣୀଙ୍କୁ ବଞ୍ଚିବାର ଆଶା ମିଳିଲା ..

1 min read

ଖବର ବାଜିଲା ପ୍ରଶାସନ ପହଞ୍ଚିଲା  । ସ୍ୱାମୀଙ୍କ ମୃତ୍ୟ ପରେ ଅସହାୟ ଅବସ୍ଥାରେ  ଜରିପାଲ ତଳେ ବିତୁଥିଲା   ୫ପ୍ରାଣୀଙ୍କ ଜୀବନ ।  ପ୍ରତିଦିନ ଖବରକାଗଜ ରେ ଏହା  ପ୍ରକାଶିତ ହେବାପରେ ଜିଲ୍ଲା ଶିଶୁ ସୁରକ୍ଷାର ଏକ ଟିମ କାଳିଆଗୁଡା ରେ ପହଞ୍ଚିଛନ୍ତି ।ଏଥିରେ ଜିଲ୍ଲା ଶିଶୁ  ବିଭାଗ ଅଣ ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ପ୍ରତାପ କୁମାର ଦାସ ,ଜିଲ୍ଲା ଆଇନ ଅଧିକାରୀ ନିରାକାର ପାଢ଼ୀ, ଜିଲା ଶିଶୁ ମଙ୍ଗଳ କମିଟି ଅଧିକାରୀଣି ବିଦୁଲତା ହୁଈକା  ପହଞ୍ଚି  ଘଟଣା ସମ୍ପର୍କରେ ଅବଗତ ହେବାପରେ ସ୍ଥାନୀୟ ବିଡ଼ିଓ ମନୀଷା ଦାସ ଙ୍କ ସହିତ ଯୋଗାଯୋଗ କରି ଏହି ପରିବାରକୁ ଆବାସ ଯୋଜନା,ବିଧବା ଭତ୍ତା ଓ ଶିଶୁ ସୁରକ୍ଷା ବିଷୟରେ ଆଲୋଚନା କରି ସେଥିରେ ସାମିଲ କରିଥିଲେ । ଏହି ପରିବାର ବିଷୟ ନେଇ ଗ୍ରାମବାସୀ ଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ ।

ଏବଂ ଉକ୍ତ ପରିବାରର ବିଧବା ମହିଳାଙ୍କ ଆଧାର କାର୍ଡ , ବ୍ୟାଙ୍କ ପାସ ବହିର ନକଲ ଓ ବିଭିନ୍ନ ବିବରଣୀ ନେଇଥିବା ଦେଖିବାକୁ ମିଳିଛି । ଶିଶୁ ମାନଙ୍କ ସୁରକ୍ଷା କିପରି ପାଠପଢିବେ ସେ ବିଷୟ ନେଇ ବିଭିନ୍ନ ଅନୁଷ୍ଠାନ ସହ ଯୋଗାଯୋଗ କରି ସେମାନଙ୍କୁ ଯେମିତି ସୁରକ୍ଷା ମିଳିବ ତାହାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ପ୍ରକାଶ ଥାଉକି  ଭଙ୍ଗା ଦଦରା କୁଡ଼ିଆରେ ଦୟନୀୟ ଅବସ୍ଥାରେ ଵିତୁଛି ପାଞ୍ଚ ପ୍ରାଣୀଙ୍କ ଜୀବନ ।ଏକ ବର୍ଷ  ହେବ ସ୍ୱାମୀ ହୁଈକା ନବେରାଓ ଙ୍କ ଦେହାନ୍ତ ପରେ ୪ଟି କନ୍ୟା ସନ୍ତାନକୁ ଧରି ମାଟି କାନ୍ଥ ଓ ଭଙ୍ଗା ଦଦରା ଚାଳ ଛପର ଉପରେ ପଲିଥିନ ପକାଇ ପଡି ରହିଛନ୍ତି ବିଧବା ହୁଈକା ମାଝିବାଣୀ ।ପିଲା ଙ୍କୁ ଘରେ ଛାଡ଼ି ମଜୁରୀ ଖଟିବାକୁ ଯାଉଛନ୍ତି ।କାମ କରି ଯେଉଁ ପଇସା ଆଣୁଛନ୍ତି  ତାହା ପରିବାର ଭରଣପୋଷଣ ରେ ସମୁଦ୍ରକୁ ଶଙ୍ଖେ  । ସରକାର ତରଫରୁ ରାସନ କାର୍ଡ ବ୍ୟତୀତ ଅନ୍ୟ କୌଣସି ଯୋଜନାରେ ସାମିଲ କରାଯାଇନାହିଁ ।ସ୍ୱାମୀ ମୃତ୍ୟୁ ପରେ ବିଧବା ଭତ୍ତା ମିଳି ନଥିବା କୋହ ଭରା କଣ୍ଠ ରେ କହିଥିଲେ ।ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *