Pratidin TV

Odisha's Digital News Platform

ନବୀନଙ୍କ ନାଁ ପ୍ରସ୍ତାବରେ ଦେଲେ ଦଳୀୟ ନେତା, ବିରୋଧୀ ଦଳ ନେତା ହୋଇ ବିଜେପିକୁ କରିବେ ଘାଇଲା !

1 min read

ଦୀର୍ଘ ୨୪ ବର୍ଷ ପରେ ଶାସନ କରିବା ପରେ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୨ ଟି ସ୍ଥାନରେ ନିର୍ବାଚନ ଲଢ଼ୁଥିବାବେଳେ ଗୋଟିଏ ଆସନରୁ ବିଜୟ ହୋଇଥିବା ବେଳେ ଅନ୍ୟ ଏକ ଆସନରୁ ପର୍ଯ୍ୟ ହୋଇଥିଲେ | ନିର୍ବାଚନରେ ବିଜେଡିର ବିଧାସଭା ଏବଂ ଲୋକସଭାରେ ଶୋଚନୀୟ ପର୍ଯ୍ୟ ହୋଇଛି | ନିର୍ବାଚନ ହାରିବା ପରେ ରାଜ୍ୟରେ ୨ୟ ବୃହତ୍ତମ ରାଜନୈତିକ ଦଳର ମୁଖିଆ ହେଉଛନ୍ତି ନବୀନ ପଟ୍ଟନାୟକ |

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଥର ଓଡ଼ିଶାରେ ବିଧାନସଭାରେ ନୂଆ ଭୂମିକାରେ କାର୍ଯ୍ୟ କରିବାରେ ନଜର ଆସିବେ | ତେବେ ଦଳୀୟ ନେତାମାନେ ବିରୋଧୀ ଦଳ ନେତା ଭାବେ ନବୀନ ପଟ୍ଟନାୟକଙ୍କ ନାଁ ପ୍ରସ୍ତାବରେ ଦେଇଛନ୍ତି | ଫଳରେ ନବୀନ ବିରୋଧୀ ଦଳ ନେତା ହେବା ସମ୍ଭାବନା ବଢିଯାଇଛି |

Advertisement

ଅନ୍ୟପକ୍ଷରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ଦେଖିବାକୁ ମିଳିପାରେ । ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିରୋଧୀ ଦଳ ଉପନେତା କରିବାକୁ ବିଜେଡି ଯୋଜନା କରୁଛି ।

Leave a Reply

Your email address will not be published. Required fields are marked *