Pratidin TV

Odisha's Digital News Platform

କମ ସ୍କୋର ଥିଲେ ମଧ୍ୟ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ

1 min read

ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଚଳିତ ଟି-୨0 ବିଶ୍ୱକପରେ ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭାରତ ପ୍ରସ୍ତ କରିଛି | ରବିବାର ଦିନ ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ପାକିସ୍ତାନକୁ ଧୂଳି ଚଟାଇଲେ ଭାରତ | ଭାରତ କମ ସ୍କୋର କରିଥିବା ସତ୍ତ୍ୱେ ଘାତକ ବୋଲିଂ କରି ପାକିସ୍ତାନକୁ ପରାଜୟ କରିଛି |

ସୂଚନା ଅନୁଯାୟୀ ଭାରତ ପ୍ରଥମ ବ୍ୟାଟିଂ କରିଥିଲା | ତେବେ ପ୍ରାରମ୍ଭିକ ବ୍ୟାଟିଂରେ ଭାରତ ବିପର୍ଯ୍ୟୟର ସାମନା କରିଥିଲା। କିନ୍ତୁ ରିଷଭ ପନ୍ତଙ୍କ ଲଢୁଆ ୪୨ ରନ୍ ବଳରେ ଭାରତ କରିଥିଲା ୧୧୯ ରନ୍ | ଜବାବରେ ପାକିସ୍ତାନକୁ ୧୨0 ରନ ବିଜୟ ଲକ୍ଷ ଦେଇଥିଲା | କିନ୍ତୁ ଭାରତ ଘାତକ ବୋଲିଂରେ ପାକିସ୍ତାନ କରିପାରିନଥିଲା ବ୍ୟାଟିଂ | ଯଶପ୍ରୀତ ବୁମରା ୩ଟି, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ଅକ୍ଷର ପଟେଲ ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏ ୱିକେଟ ନେଇଥିଲେ। ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୧୧୩ ରନ୍ କରି ପାରିଥିଲା।

ତେବେ ହାତରେ ୭ ଓ୍ବିକେଟ୍ ଥାଇ ପାକିସ୍ତାନ ୬ ଓଭରରେ ୪0 ରନ ନ କରିପାରି ମାତ୍ର ୩୩ ରନ ଦେଇ ଭାରତକୁ ୬ ରନ ରେ ଚମତ୍କାର ବିଜୟ ଦେଇଥିଲା | କ୍ରମାଗତ ୨ଟି ବିଜୟ ପରେ ଭାରତ ୮ ଦ୍ୱାରରେ ପହଞ୍ଚିଛି |

Leave a Reply

Your email address will not be published. Required fields are marked *