Pratidin TV

Odisha's Digital News Platform

ନିର୍ବାଚନ ହାରିବା ପରେ ପ୍ରଚାର କମିଟି ଅଧ୍ୟକ୍ଷ ପଦ ଛାଡ଼ିଲେ ଭକ୍ତ ଦାସ ..

୨୦୨୪ର ସାଧାରଣ ନିର୍ବାଚନର ଫଳାଫଳରେ ରାଜ୍ୟ କଂଗ୍ରେସ ଦଳର ଖରାପ ପ୍ରଦର୍ଶନ ପରେ ପଦ ଛାଡିଲେ ଭକ୍ତ ଦାସ । ନିର୍ବାଚନରେ ଦଳର ବିପର୍ୟ୍ୟୟ ପାଇଁ ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଏଆଇସିସି ସଭାପତିଙ୍କୁ ଚିଠି କଲେ ଭକ୍ତ ଦାସ । ଚଳିତ ନିର୍ବାଚନ ରେ କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ିଥିଲେ । ହେଲେ ନର୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥିନୀ ମନୋରମା ମହାନ୍ତି ଙ୍କ ଠାରୁ ପରାଜୟ ହୋଇଥିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ।

ମନୋରମା ମହାନ୍ତି ଭକ୍ତ ଦାସଙ୍କ ଠାରୁ ୫ ହଜାର ୨୦୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଏନେଇ ଭକ୍ତ କହିଥିଲେ, “ପରାଜୟକୁ ମୁଁ ଭୟ କରେ ନାହିଁ, ବରଂ ମୋର ନିଜସ୍ଵ ଭୁଲ ପାଇଁ ମୁଁ ହାରିଲି । ପରାଜୟ ପରେ ସେ କହିଥିଲେ ମୁଁ ମୋର ନିର୍ବାଚନ ମଣ୍ଡଳୀରେ ସମୟ ଦେଇ ପାରିଲି ନାହିଁ, କାରଣ ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ଭାବରେ ସାରା ରାଜ୍ୟର ଦାୟିତ୍ବ ତୁଲାଇବାକୁ ପଡ଼ିଲା ।” ଅଞ୍ଚଳର ପ୍ରାୟ ୬୦ ପ୍ରତିଶତ ଅଞ୍ଚଳକୁ ନଯିବା ହିଁ ହାରିବାର ମୁଖ୍ୟ କାରଣ ବୋଲି ପ୍ରକାଶ କହିଥିଲେ ଭକ୍ତ । ତେବେ ନିର୍ବାଚନରେ ପରାଜୟ ପରେ କଂଗ୍ରେସ କମିଟି ପ୍ରଚାର କମିଟି ଅଧ୍ୟକ୍ଷ ପଦ ରୁ ଇସ୍ତଫା ଦେଇଦେଲେ ଭକ୍ତ ଦାସ ।

Leave a Reply

Your email address will not be published. Required fields are marked *