Pratidin TV

Odisha's Digital News Platform

ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା, ରେ ଦୁଃଖରେ ବୁଡ଼ିଲା ପୁରା ବଲିଉଡ଼ ..

1 min read

ନୂଆଦିଲ୍ଲୀ: ଆତଙ୍କବାଦୀମାନେ ଜାମ୍ମୁର ରେସି ଜିଲ୍ଲାରେ ଏକ ତୀର୍ଥଯାତ୍ରୀ ବସ୍ ଉପରକୁ ରବିବାର ସନ୍ଧ୍ୟା ସମୟରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବସର ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲା। ଫଳରେ ବସଟି ଏକ ଖାଇ ମଧ୍ୟକୁ ଖସିଯାଇଥିଲେ। ଏଥିରେ ୧୦ ଜଣଙ୍କର ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇଛନ୍ତି । ପ୍ରଥମେ ବସଟି ଦୁର୍ଘଟଣାର ଶିକାର ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରୁ ଏକାଧିକ ରାଉଣ୍ଡର ଗୁଳି ଓ ଖୋକା ଜବତ ହେବା ପରେ ଏହା ଏକ ବଡଧରଣର ଆତଙ୍କୀ ହମଲା ବୋଲି ସ୍ପଷ୍ଟ ହୋଇଛି ।

ଯାହାକୁ ନେଇ ଏବେ ଦେଶ ସ୍ତବ୍ଧ ହୋଇଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ବହୁ ନେତା ରାଜନେତା ଦୁଃଖ ପ୍ରକାଶ କରିଛନ୍ତି । ଏହାରି ମଧ୍ୟରେ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ଦୁଃଖପ୍ରକାଶ କରିଛନ୍ତି । କଙ୍ଗନା ରାଣାୱତ, ଅନୁପମ ଖେର ଏବଂ ରିତେଶ ଦେଶମୁଖଙ୍କ ସମେତ ଅନେକ ସେଲିବ୍ରିଟି ଏନେଇ ଦୁଃଖପ୍ରକାଶ କରିଛନ୍ତି ।

Advertisement

ଅଭିନେତ୍ରୀ ତଥା ନବ ନିର୍ବାଚିତ ମଣ୍ଡି ସାଂସଦ କଙ୍ଗନା ରାଣାୱତ ରିଆସିରେ ହୋଇଥିବା ଆକ୍ରମଣକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରି ଲେଖିଛନ୍ତି , ସେ ଏହି ଆତଙ୍କୀ ହମଲା କୁ ଦୃଢ଼ ନିନ୍ଦା କରିବା ସହିତ ଏହି ଆକ୍ରମଣ ରେ ମୃତ୍ୟ ଘଟିଥିବା ଲୋକଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ଏହା ସହ ଆହତ ମାନଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି  । ସେହିପରି ବଲିଉଡ ଅଭିନେତା ଅନୁପମ ଖେର ରିଆସି ଆକ୍ରମଣରୁ ପିଲାମାନଙ୍କର କିଛି ଫଟୋ ସେୟାର କରି  ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ”ଜାମ୍ମୁର ରିଆସିରେ ଦୁର୍ଘଟଣା ଦେଖିବା ପରେ କ୍ରୋଧ, ଯନ୍ତ୍ରଣା ଏବଂ ଦୁଃଖ ଲାଗୁଛି ।

ଦୁଃଖର ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ଭଗବାନ ପୀଡିତଙ୍କ ପରିବାରକୁ ସାହସ ଦିଅନ୍ତୁ ଏବଂ ଆହତ ଯାତ୍ରୀମାନଙ୍କର ଶୀଘ୍ର ସୁସ୍ଥ  ହେବାପାଇଁ କାମନା କରିଥିବା କହିଛନ୍ତି ।” ସେହିପରି ରିତିଶ ଦେଶମୁଖ ଓ ବରୁଣ ଧୱନ ମଧ୍ୟ ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ସମସ୍ତ ଯାତ୍ରୀଙ୍କ ପାଇଁ ସୁସ୍ଥ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *