ଅସ୍ତ୍ର ଶସ୍ତ୍ର ଛାଡି ବେଲୁନ୍ ଦ୍ବାରା ଯୁଦ୍ଧ ଲଢ଼ୁଛି କୋରିଆ..
1 min readସବୁବେଳେ ଦେଖିବାକୁ ମିଳେ ଅସ୍ତ୍ରଶସ୍ତ୍ର ର ଲଢେଇ ହେଲେ ଏବେ ଚାଲିଛି ବେଲୁନ୍ ଦ୍ବାରା ଯୁଦ୍ଧ ଲଢ଼ୁଛନ୍ତି । ଏକଥା ଆଶ୍ଚର୍ଯ୍ୟ ଲାଗିଲେ ବି ସତ ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଏବେ ଏକ ଅଜବ ଯୁଦ୍ଧ ଚାଲିଛି। ଉତ୍ତର କୋରିଆ ଦକ୍ଷିଣ କୋରିଆରେ ବେଲୁନ୍ ଦ୍ବାରା ଆବର୍ଜନା ପକାଉଥିବାବେଳେ ଉତ୍ତର କୋରିଆ ପ୍ରତିଶୋଧର ଏକ ଅଦ୍ଭୁତ ପଦ୍ଧତି ଆପଣାଇବାକୁ ଯାଉଛି। ଚଳିତ ଜୁନ୍ ମାସ ଆରମ୍ଭରେ ଉତ୍ତର କୋରିଆ ଦକ୍ଷିଣ କୋରିଆକୁ ଶହ ଶହ ଆବର୍ଜନା ଭର୍ତ୍ତି ବେଲୁନ୍ ପଠାଇଥିଲା। କିଛି ଦିନ ପରେ ଉତ୍ତର କୋରିଆ ପୁନର୍ବାର ଅଳିଆ ଭର୍ତ୍ତି ବେଲୁନ୍ ଦକ୍ଷିଣ କୋରିଆ ଆଡକୁ ପଠାଇଛି।
ଏହା ପରେ ଦକ୍ଷିଣ କୋରିଆ ସେନା ଏକ ସତର୍କ ସୂଚନା ଜାରି କରିଥିବାବେଳେ ସରକାର କହିଛନ୍ତି ଯେ ଆମେ ଏହାର ପ୍ରତିଶୋଧ ନେବୁ। ସିଓଲର ସେନା ପୂର୍ବରୁ ଏକ ସତର୍କ ସୂଚନା ଜାରି କରିସାରିଛି ଯେ ଉତ୍ତର କୋରିଆ ଦ୍ୱାରା ଆବର୍ଜନା ପକାଇବା କାର୍ଯ୍ୟ କରାଯାଇଛି। ଏହା ଆଗାମୀ ଦିନରେ ମଧ୍ୟ ଜାରି ରହିପାରେ। ଏହା ପରେ ଊତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ବିରୋଧରେ ଲିଫଲେଟ୍ ଥିବା ବେଲୁନ୍ ଉଡ଼ାଯାଇଥିଲା। ଦକ୍ଷିଣ କୋରିଆ କହିଛି ଯେ ଆମେ ସତର୍କତା ଅବଲମ୍ବନ କରୁଛୁ କାରଣ ବେଲୁନ୍ ଆକ୍ରମଣ ପୁଣି ଥରେ ତୀବ୍ର ହୋଇଛି। ଦକ୍ଷିଣ କୋରିଆ ଏହାର ନାଗରିକମାନଙ୍କୁ ଚେତାବନୀ ଦେଇ କହିଛି ଉତ୍ତର କୋରିଆ ଅଳିଆ ଆବର୍ଜନା ନେଇ ବେଲୁନ୍ ଲଞ୍ଚ କରୁଛି। ଏହା ସହିତ ଲୋକମାନଙ୍କୁ ବେଲୁନ୍ ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଏବଂ ସେସବୁକୁ ନ ଛୁଇଁବାକୁ ସତର୍କ ସୂଚନା ଜାରି କରିଛନ୍ତି ।