Pratidin TV

Odisha's Digital News Platform

ପାଞ୍ଚ ପାଞ୍ଚ ଥର ଜିତି ମିଳିଲାନି ସ୍ଥାନ , ହେଲେ ପରାଜିତ ହୋଇ ପିନ୍ଧିଲେ ମନ୍ତ୍ରୀ ମୁକୁଟ ..

1 min read

ପ୍ରଧାନମନ୍ତ୍ରୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାସହ ତାଙ୍କର ମନ୍ତ୍ରୀମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।  ମନ୍ତ୍ରିମଣ୍ଡଳରେ ଅନେକ ନୂଆ ଚେହେରାଙ୍କୁ ବି ଦେଖିବାକୁ ମିଳିଛି। ତେବେ ମନ୍ତ୍ରୀ ଚୟନ ନେଇ ଦଳର କେତେକ ନିଷ୍ପତ୍ତି ଏବେ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। କାରଣ ଯେଉଁ ସାଂସଦ ୫ ଥର ଲେଖାଏ ନିର୍ବାଚନ ଜିତିଛନ୍ତି ସେମାନଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହିଁ। ଅନ୍ୟପଟେ ନିର୍ବାଚନ ହାରିଥିବା ନେତାଙ୍କୁ ମିଳିଛି ମନ୍ତ୍ରୀପଦ। ଏଭଳି କିଛି ନଜିର ଦେଖିବାକୁ ମିଳିଛି ମୋଦୀ କ୍ୟାବିନେଟ ୩.୦ରେ।   ନିର୍ବାଚନ ହାରିଥିବା ପଞ୍ଜାବର ରଭନୀତ ସିଂହ ବିଟ୍ଟୁଙ୍କୁ ବିଜେପି ମନ୍ତ୍ରୀପଦ ଦିଆଯାଇଛି।

ବିଟ୍ଟୁ ପୂର୍ବରୁ କଂଗ୍ରେସରୁ ୨ ଥର ସାଂସଦ ନିର୍ବାଚିତ ହୋଇଛନ୍ତି। ଚଳିତ ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗଦେଇ ନିର୍ବାଚନ ଲଢ଼ିଥିଲେ। ହେଲେ ବିଜୟୀ ହୋଇପାରି ନ ଥିଲେ। ଏହା ସତ୍ୱେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଣ୍ଟ ସିଂହଙ୍କ ନାତି ହେଉଛନ୍ତି ବିଟ୍ଟୁ। ଖଲିସ୍ତାନୀ ଆତଙ୍କବାଦୀ ଆକ୍ରମଣରେ ବିଣ୍ଟ ସିଂହ ନିହତ ହୋଇଥିଲେ। କୁହାଯାଉଛି ସିଖ ସମ୍ପ୍ରଦାୟଙ୍କୁ ଖୁସି କରିବା ଲାଗି ବିଜେପି ଏହି ନିଷ୍ପତ୍ତି ନେଇଛି। ସେହିପରି କେରଳର ବିଜେପି ସାଧାରଣ ସମ୍ପାଦକ ଜର୍ଜ କୁରେନଙ୍କୁ ବି ମିଳିଛି ମନ୍ତ୍ରୀପଦ। କୁରେନ ଲୋକ ସଭା କି ରାଜ୍ୟ ସଭା, କୌଣସି ଗୃହରେ ସଦସ୍ୟ ନାହାନ୍ତି। ଏଥର ସେ ନିର୍ବାଚନ ବି ଲଢ଼ି ନାହାନ୍ତି। କିନ୍ତୁ ଦଳ ତାଙ୍କୁ ମନ୍ତ୍ରୀପଦ ପ୍ରଦାନ କରିଛି। ତେବେ କୁରେନ ବିଗତ ୩ ଦଶନ୍ଧି ଧରି ବିଜେପିରେ ସକ୍ରିୟ ଭାବେ କାର୍ଯ୍ୟ କରିଆସିଛନ୍ତି। ତେବେ ନିର୍ବାଚନରେ ନ ଜିତି ମନ୍ତ୍ରୀ ପଦ ପାଇଥିବା ଏହି ନେତାମାନଙ୍କୁ ଆଗାମୀ ୬ ମାସ ମଧ୍ୟରେ କୌଣସି ସ୍ଥାନରୁ ନିର୍ବାଚନ ଲଢ଼ି ସଂସଦକୁ ଯିବାକୁ ପଡ଼ିବ। ନଚେତ ଦଳ ଉଭୟଙ୍କୁ ରାଜ୍ୟସଭାକୁ ନିର୍ବାଚିତ କରିବା ଦରକାର।

Advertisement

Leave a Reply

Your email address will not be published. Required fields are marked *