Pratidin TV

Odisha's Digital News Platform

ଆଖଣ୍ଡଳମଣିଙ୍କ ଶିବ ବିବାହ ପାଇଁ ଚଳଚଞ୍ଚଳ ପୀଠ, ଆଜି ମଙ୍ଗନ କାଲି ହେବ ବାହାଘର ..

1 min read

ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରସିଦ୍ଧ ଶିବବିବାହ ଉତ୍ସବ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ପୀଠ। ମନ୍ଦିର ପରିସର ଓ ପୀଠକୁ ରଙ୍ଗିନ ଆଲୋକରେ ସୁସଜିତ କରାଯାଇଥିବା ବେଳେ ଫୁଲରେ ସଜ୍ଜିତ କରାଯିବ ମନ୍ଦିର ପରିସରକୁ। ସୋମବାର ବୈଦିକ ରୀତିନୀତି ଅନୁଯାୟୀ ବରପିତା ଓ କନ୍ଯାପିତାଙ୍କ ପକ୍ଷରୁ ଦେବଦମ୍ପତିଙ୍କର ମଙ୍ଗଳପାଗ ନୀତି ସମ୍ପନ୍ନ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପ୍ରଯ୍ଯାୟରେ ପହଁଚିଛି। ମଙ୍ଗଳବାର ବୈଦିକ ରୀତିନୀତି ଓ ଲୋକାଚାରରେ ଦେବଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବ। ଲୌକିକ ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କ ମଙ୍ଗଳପାଗ କର୍ମ ସମ୍ପନ୍ନ କରାଯିବ।

ଏଥିପାଇଁ ଭୋର ୪ଟାରେ ଦ୍ବାରଫିଟା ଯିବା ପରେ ମଣିବାବାଙ୍କର ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବ। ପରେ ବରପିତା ଓ କନ୍ଯାପିତାଙ୍କ ପକ୍ଷରୁ ଏକ ସୁସଜିତ ବିମାନରେ ମନ୍ଦିରରୁ ବାବାଙ୍କ ଚଳନ୍ତି ପ୍ରତିମା ହର , ମାତାପାର୍ବତୀଙ୍କ ଚଳନ୍ତି ପ୍ରତିମା ଗୌରୀଙ୍କୁ ନିଜ ଘରକୁ ନେଇ ଲୋକାଚାରରେ ମଙ୍ଗଳପାଗ ନୀତି ସମ୍ପନ୍ନ କରିବେ। ଏହି ବିବାହ ଉତ୍ସବରେ ରାଜ୍ଯର ବିଭିନ୍ନ ପ୍ରାନ୍ତରରୁ ପାରମ୍ପରିକ ବାଦ୍ଯ ଓ ନୃତ୍ଯ କଳାକାର ସୋମବାର ଆରଡିପୀଠରେ ପହଁଚିବେ। ତାହାସହ ପୀଠର ସମସ୍ତଙ୍କ ଘରେ ବନ୍ଧୁ ପରିଜନରେ ପୁରି ଉଠିଛି। ମଙ୍ଗଳବାର ସକାଳ ୧୦ଟାରେ ବରଧରା ଗମନ ସହ ସଂଧ୍ଯାରେ ୭ଟାରେ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ତାହାସହ ଅପରାହ୍ଣ ୪ଟରେ ମଣିବାବାଙ୍କୁ ରାଜରାଜେଶ୍ବର ବେଶ ଓ ମାତା ପାର୍ବତୀଙ୍କର ରାଜରାଜେଶ୍ବରୀ ବେଶ ଅନୁଷ୍ଠିତ ହେବ । ପରେ ଦିଅ ମଙ୍ଗୁଳା ନୀତି ଅନୁଷ୍ଠିତ ହେବ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ଯାପକ ପୁଲିସ ମୃତ୍ଯୟନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *