Pratidin TV

Odisha's Digital News Platform

ମନ ମୋହନ ସାମଲ କହିଲେ କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ..

1 min read

ରାଜ୍ୟରେ ସରିଛି ବିଧାନସଭା ନିର୍ବାଚନ । ବିଜେପି ବହୁମତ ପାଇବା ସହ ରାଜ୍ୟରେ ସରକାର ଗଠନ ଲାଗି ମଧ୍ୟ ପ୍ରସ୍ତୁତ ହୋଇଛି । ତେବେ ଏବେ ସବୁଠି ଗୋଟିଏ ପ୍ରଶ୍ନ କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବ କାହା ଉପରେ ଢାଳିବ ସୁନା କଳସ । ତେବେ ଏହି ଆଲୋଚନା ବେଳେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ତାହା ପରେ ସବୁ ସ୍ପଷ୍ଟ ହୋଇଯିବ । ୧୧ ତାରିଖରେ ପର୍ଯ୍ୟବେକ୍ଷକ ପହଞ୍ଚିବା ସହ ବିଧାୟକ ଦଳ ବୈଠକରେ ଯୋଗ ଦେବେ । ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ବାଜିବ । 

୧୨ ତାରିଖ ଅପରାହ୍ନ ୨ଟା ୧୦ ମିନିଟରେ ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ୱରରେ ପହଞ୍ଚିବେ । ସନ୍ଧ୍ୟା ପ୍ରାୟ ୫ଟାରେ ଓଡ଼ିଶାର ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ । କେନ୍ଦ୍ରମନ୍ତ୍ରୀ, ଏକାଧିକ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶାର ଗର୍ବ ଗୌରବଙ୍କ ଉପସ୍ଥିତିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶପଥ ନେବେ । ନିଜ ନାଁ ମୁଖ୍ୟମନ୍ତ୍ରୀ ରେସରେ ଥିବା ନେଇ ମନମୋହନ କହିଛନ୍ତି, ସେଭଳି ଚର୍ଚ୍ଚା ଓ ଆଲୋଚନା କରିବା ଉଚିତ୍ ନୁହେଁ । ଯିଏ ବି ମୁଖ୍ୟମନ୍ତ୍ରୀ ହେବ ଓଡ଼ିଆ ଲୋକ ହେବ । ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ । ସଂସଦୀୟ ବୋର୍ଡରେ ଅନେକ ଅନୁଭବୀ ନେତା ରହିଛନ୍ତି ସେମାନେ ଏନେଇ ନିଷ୍ପତ୍ତି ନେବେ । ଦଳର ସଭାପତି ହିସାବରେ ଯେଉଁ ଦାୟିତ୍ୱ ମୋତେ ମିଳିଥିଲା, ତାହାକୁ ମୁଁ ପୂରା କରିଛି ।  ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବାକୁ ଦାୟିତ୍ୱ ମିଳିଥିଲା ତାହାକୁ ସୂଚାରୁ ରୂପେ ତୁଲାଇଛି । ଏବେ ସଂସଦୀୟ ବୋର୍ଡ ତାହାର ଦାୟିତ୍ୱ ନିର୍ବାହ କରିବ ।

Advertisement

Leave a Reply

Your email address will not be published. Required fields are marked *