Pratidin TV

Odisha's Digital News Platform

ବିଜେପି କୁ ଦଣ୍ଡ ଦେଲେ ପ୍ରଭୁ ଶ୍ରୀରାମ : କିଶୋରୀ ଲାଲ

1 min read

ଆମେଠିରୁ ହେବିୱେଟ ନେତା ସ୍ମୃତି ଇରାନୀଙ୍କୁ ହରାଇ   ନବନିର୍ବାଚିତ ସାଂସଦ କିଶୋରୀ ଲାଲ ଶର୍ମା କହିଛନ୍ତି ,  ଯଦିଓ ବିଜେପି ସରକାର ଗଠନ କରିଛି, ତଥାପି ଦଳ ନୈତିକ ପରାଜୟର ସମ୍ମୁଖୀନ ହୋଇଛି। ଏଥର ଦଳ ୪୦୦ ଆସନ ଅତିକ୍ରମ କରିବା ବିଷୟରେ କହୁଥିଲା  ହେଲେ ଦଳ ତାହା କରିପାରିନାହିଁ  ।

ସେ କହିଛନ୍ତି ପ୍ରଭୁ ଶ୍ରୀରାମ ବିଜେପିର ଲୋକଙ୍କୁ ଦଣ୍ଡ ଦେଇଛନ୍ତି। ଏହି ଲୋକମାନେ ପ୍ରଭୁ ଶ୍ରୀରାମଙ୍କୁ ନିର୍ବାଚନର ବସ୍ତୁ କରିଥିଲେ ଏବଂ ଅହଂକାରରେ ଶ୍ରୀରାମଙ୍କୁ ଆଣିବା ବିଷୟରେ କହିଥିଲେ। ଶ୍ରୀରାମ ଦୁନିଆର ପ୍ରତ୍ୟେକ କଣିକାରେ ଉପସ୍ଥିତ। ପ୍ରଭୁ ଶ୍ରୀରାମ ଥିଲେ, ରହିଛନ୍ତି ଏବଂ ରହିବେ। ଶ୍ରୀରାମ ଅଣାଯିବାର ଜିନିଷ ନୁହଁନ୍ତି, ସେ ସଚରାଚର ପୃଥିବୀ ପ୍ରତ୍ୟେକ କଣିକାରେ ରହିଛନ୍ତି। ଆମର ନେତା ରାହୁଲ ଗାନ୍ଧୀଙ୍କ ସହ ମିଶି ଆମେ ଆମ ଅଞ୍ଚଳର ବିକାଶ ଜାରି ରଖିବୁ।

Leave a Reply

Your email address will not be published. Required fields are marked *