Pratidin TV

Odisha's Digital News Platform

ହୋଇଗଲା ସବୁ ସମାଧାନ , ମୁଇଜ୍ଜୁଙ୍କ ପାଖରେ ବସି ଡିନର କଲେ ମୋଦି ..

1 min read

ହୋଇଗଲା ସବୁ ସମାଧାନ । ଏକାଠି ବସି ଡିନର କଲେ ମୋଦୀ ଏବଂ ମୁଇଜ୍ଜୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି, ଦେଶ-ବିଦେଶର ଅତିଥି। ସମସ୍ତ ଅତିଥି ରାଷ୍ଟ୍ରପତି ଭବନରେ ଆୟୋଜିତ ରାତ୍ରୀ ଭୋଜନରେ ରବିବାର ସାମିଲ ହୋଇଥିଲେ। ଶପଥ ଗ୍ରହଣ ସମାରୋହ ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ରାତ୍ରଭୋଜନ ଟେବୁଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଇଜ୍ଜୁ ପାଖାପାଖି ବସି ହସ ହସ ମୁହଁରେ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳିଥିଲା।

ଏହି ଦୃଶ୍ୟ ଏକ ଭିନ୍ନ କାହାଣୀ କହୁଥିଲା। ମୁଇଜ୍ଜୁ ଡାଇନିଂ ଟେବୁଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ବସିଥିଲେ। ପିଏମ ମୋଦୀଙ୍କ କିଛି କଥାରେ ମୁଇଜ୍ଜୁ ହସୁଥିବା ଦେଖିବାକୁ ମିଳିଛି। ଶପଥ ଗ୍ରହଣ ସମାରୋହକୁ ଆସିବା ପୂର୍ବରୁ ମୁଇଜ୍ଜୁ କହିଥିଲେ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ତାଙ୍କ ପାଇଁ ଗୌରବର ବିଷୟ। ମୋଦୀ ସରକାରଙ୍କ ନୂତନ କାର୍ଯ୍ୟକାଳ ମଧ୍ୟରେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

Advertisement

Leave a Reply

Your email address will not be published. Required fields are marked *