Pratidin TV

Odisha's Digital News Platform

ଦର୍ଶକଙ୍କ ମନଜିଣୁଛି ‘GOODBYE ’ଟ୍ରିଜର୍‌ , ଆଜିଠୁ ମୁକ୍ତିଲାଭ କଲା ବଡପରଦାରେ

1 min read

ନୂଆଦିଲ୍ଲୀ : ଏବେ ସାଉଥ୍ କୁଇନଙ୍କ ଜଲବା ଦେଖିବାକୁ ମିଳୁଛି ବଲିଉଡ୍‌ରେ । ତେବେ ନ୍ୟାସନାଲ କ୍ରସ୍ ଭାବେ ବେସ୍ ଚର୍ଚ୍ଚିତ ସାଉଥ୍ କୁଇନ ରଶ୍ମିକା ମଣ୍ଡାନା ଏବେ ଏଣ୍ଟ୍ରି ମାରିଛନ୍ତି ବଲିଉଡ୍‌ରେ । ବଲିଉଡ୍‌ର ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଫିଲ୍ମ ଗୁଡ୍ ବାଏ ହଲ୍‌ରେ ରିଲିଜ୍ ହୋଇସାରିଛି । ଏକ ପାରିବାରିକ କାହାଣୀକୁ ନେଇ ଫିଲ୍ମଟିରେ ଅମିତାଭଙ୍କ ସହ ରଶ୍ମିକାଙ୍କ ଆକ୍ଟିଙ୍ଗ୍‌କୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକେ ।

ଡିଅର କମରେଡ୍ ,ଗୀତା ଗୋବିନ୍ଦମ ଏବଂ ପୁଷ୍ପା ଫିଲ୍ମର ସଫଳତା ପରଠାରୁ ମଣ୍ଡାନାଙ୍କ ପ୍ରଶଂସକଙ୍କ ସଂଖ୍ୟ ଆକାଶ ଛୁଇଁବାରେ ଲାଗିଛି । ଆଜି ମୁକ୍ତିଲାଭ କରିଥିବା ମଣ୍ଡାନା ଙ୍କ ଏହି ଫିଲ୍ମ ଟି ୨୦ କୋଟି ଟଙ୍କା ବଜେଟର ଅଟେ । ତେବେ ଏହି ଫିଲ୍ମଟି ଏତେ ବଡ ବଜେଟ୍‌ର ହୋଇନଥିଲେ ମଧ୍ୟ ଦର୍ଶକମାନେ ଏହାକୁ ଖୁବ୍ ପସନ୍ଦ କରିବେ ବୋଲି କହିଛନ୍ତି ନିର୍ଦ୍ଦେଶକ ବିକାଶ ବାହଳ । ଫିଲ୍ମଟି ଏକ ମଧ୍ୟବିତ ପରିବାରର କାହାଣୀ ଉପରେ ପର୍ଯ୍ୟବେସିତ ।

Advertisement

Leave a Reply

Your email address will not be published. Required fields are marked *