Pratidin TV

Odisha's Digital News Platform

ଜୁନ୍ ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ , ଛୁଟିଦିନରେ ବି ହେଡକ୍ୱାର୍ଟର ଛାଡିପାରିବେନି ….

1 min read

ଜୁନ୍ ୧୨ ଅର୍ଥାତ୍ ଆସନ୍ତାକାଲି ଓଡିଶାରେ ନୂଆ ସରକାର ଶପଥ ଗ୍ରହଣ କରିବେ । ଏନେଇ ଜୁନ୍ ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଏହା ସହ ଅଧିକାରୀ ମାନଙ୍କୁ ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସରକାରୀ ଛୁଟିଦିନ ଗୁଡିକରେ ମଧ୍ୟ ଅଧିକାରୀଙ୍କୁ ହେଡକ୍ୱାର୍ଟର ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଛୁଟି ଅନୁମତି ମିଳିବ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

Advertisement

କାହିଁକି ନା ଶପଥଗ୍ରହଣ ପରେ ସରକାରୀସ୍ତରରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *