ଆଜିଠୁ ମୋହନ ସରକାର, ଶପଥ ଗ୍ରହଣ ପାଇଁ ଜନତା ମଇଦାନରେ ଭବ୍ୟ ଆୟୋଜନ
1 min readଆଜି ଓଡିଶାକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ | ରାଜ୍ୟରେ ବିଜେପି ସରକାର ଶୁଭାରମ୍ଭ ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋହନ ମାଝୀ | ଅପରାହ୍ମ ୪ଟା ୫୫ ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି | ଏନେଇ ପ୍ରସ୍ତୁତିର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି | ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଅଛି |
ମୋହନ ମାଝୀ ଆଜି ରାଜ୍ୟରେ ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି | ଓଡ଼ିଶାରେ ବିଜେପି ପ୍ରଥମ ଥର ସରକାର ଗଢିବାକୁ ଯାଉଥିବା ବେଳେ ମୋହନ ମାଝୀ ହୋଇଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ନେତା ଥିବା ସତ୍ତ୍ୱେ ବିଧାୟକ ଦଳ ବୈଠକରେ ମୋହନ ମାଝୀଙ୍କ ନାଁ ଘୋଷଣା କରଯାଇଥିଲା | ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷ ରାଜନାଥ ସିଂ ଓ ଭୁପେନ୍ଦ୍ର ଯାଦବ ଉପସ୍ଥିତିରେ ବିଧାୟକ ଏବଂ ସାଂସଦଙ୍କୁ ନେଇ ବୈଠକ ହୋଇଥିଲା | ଏହାପରେ ମୋହନ ମାଝୀଙ୍କ ନାଁ ଘୋଷଣା କରାଯାଇଥିଲା | ବିଧାନସଭାରେ ସେ ମୋଟ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି | ମେଣ୍ଟ ସରକାର ସମୟରେ ସରକାରୀ ଦଳ ଉପରେ ମୁଖ୍ୟ ସଚେତକ ମୋହନ ମାଝୀ ଥିଲେ | ସେହିପରି ରାଜନୀତିରେ ପାଦ ଥାପିବା ପୂର୍ବରୁ ମୋହନ ମାଝୀ ଶିଶୁ ମନ୍ଦିରରେ ଗୁରୁଜୀ ଥିଲେ | ତେବେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଥିବା ବେଳେ ତାଙ୍କ ସହ ୨ ଜଣ ଉପମୁଖ୍ୟମନ୍ତ୍ରୀ ଚୟନ କରଯାଇଛି | ନିମାପଡାର ବିଧାୟିକା ପ୍ରଭାତୀ ପରିଡା ଏବଂ ପାଟଣାଗଡ଼ର ବିଧାୟକ କେଭି ସିଂହଦେଓ ହୋଳିଛନ୍ତି ଉପମୁଖ୍ୟମନ୍ତ୍ରୀ |
ଆଜି ଅପରାହ୍ନରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହ ୨ ମୁଖ୍ୟମନ୍ତ୍ରୀ ମଧ୍ୟ କରିବେ ଶପଥ ଗ୍ରହଣ |